ଏଆଇ ତିଆରି କରୁଛି ଏଆଇ

ଏଆଇ ତିଆରି କରୁଛି ଏଆଇ
Ipsita Picture
By: Ipsita
Published On

 

ଦୀର୍ଘ ଦଶନ୍ଧି ଧରି ଯେଉଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ନିଜେ ନିଜର ଡିଜାଇନ୍, ସମୀକ୍ଷା ଓ ପୁନର୍ନିମାଣ କରିପାରିବ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ତାହାକୁ ଏବେ ବାସ୍ତବତାରେ ରୂପାନ୍ତରିତ କରିବାକୁ ଯାଉଛି ସାନ ଫ୍ରାନ୍ସିସ୍କୋର ଏକ ନୂତନ ଷ୍ଟାର୍ଟଅପ୍  । ସୂଚନା ଅନୁଯାୟୀ  ଷ୍ଟାର୍ଟଅପ କମ୍ପାନୀ ରିକର୍ସିଭ୍ ସୁପରଇଣ୍ଟେଲିଜେନ୍ସ’  ‘ୟୁ.କମ୍ଏହି କାର୍ଯ୍ୟ କରିବାକୁ ଯାଉଛି । ଏହି ସଂସ୍ଥାର ମୁଖ୍ୟ ଲକ୍ଷ୍ୟ ହେଉଛି ରିକର୍ସିଭ୍ ସେଲ୍ଫ-ଇମ୍ପ୍ରୁଭମେଣ୍ଟକୁ ଉପଯୋଗ କରିବା । ଏହା ଏକ ଏଭଳି ସ୍ୱୟଂଚାଳିତ ପ୍ରକ୍ରିୟା ଯେଉଁଠାରେ ଏକ ଏଆଇ ସିଷ୍ଟମ୍ କୌଣସି ମାନବୀୟ ସହାୟତା ବିନା ନିଜର ଦୁର୍ବଳତାକୁ ଚିହ୍ନଟ କରି, ନିଜର ଆଭ୍ୟନ୍ତରୀଣ ସଂରଚନାକୁ ବଦଳାଇ ଏକ ନିରନ୍ତର ଚକ୍ରରେ ନିଜକୁ ଅଧିକ ପାୱାରଫୁଲ କରିଥାଏ। ଏହି ବୈଷୟିକ ଜ୍ଞାନକୌଶଳ ଜୈବିକ ବିବର୍ତ୍ତନ ବା ଓପନ୍-ଏଣ୍ଡେଡ୍ନେସ୍ଉପରେ ଆଧାରିତ, ଯେଉଁଠାରେ ରେନ୍ବୋ ଟିମିଂପଦ୍ଧତି ଦ୍ୱାରା ଦୁଇଟି ଏଆଇ ବ୍ୟବସ୍ଥା ଏକାସଙ୍ଗେ ବିକଶିତ ହୋଇ ପରସ୍ପରର ଦୁର୍ବଳତାକୁ ପରୀକ୍ଷା କରି ମାନବ ସମାଜଠାରୁ ଅଧିକ ସୁରକ୍ଷିତ ତଥା ଦୃଢ଼ ଏଆଇ ପ୍ରସ୍ତୁତ କରିପାରିବେ। ବିଶେଷଜ୍ଞଙ୍କ ମତରେ ଏହି ଟେକ୍ନୋଲୋଜି ସଫଳ ହେବା ପରେ ଏହା ମାନବ ସମାଜର ସବୁଠାରୁ ବଡ଼ ସମସ୍ୟା, ଯେପରିକି ମାରାତ୍ମକ ରୋଗର ନିରାକରଣ ଓ ଅନ୍ୟାନ୍ୟ ସଙ୍କଟର ସମାଧାନ କରିବାରେ ପୃଥିବୀର ପ୍ରଧାନ ମାଧ୍ୟମ ସାଜିବ। ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ ଆଲୋଚନା ହେଉଛି ।

Tags: