ଗବେଷକ ଭୂମିକାରେ ଏଆଇ

ଗବେଷକ ଭୂମିକାରେ ଏଆଇ
Ipsita Picture
By: Ipsita
Published On

 

ଟୋକିଓର ଏଆଇ କମ୍ପାନୀ 'ସାକାନା ଏଆଇ' ଏକ ଅଭିନବ ସିଷ୍ଟମ ଦି ଏଆଇ ସାଇଂଟିଷ୍ଟ ବିକଶିତ କରିଛି, ଯାହା ମଣିଷର ସାହାଯ୍ୟ ବିନା ସ୍ୱାଧୀନ ଭାବେ ବୈଜ୍ଞାନିକ ଗବେଷଣା କରିବା ସହ ଏକାଡେମିକ୍ ପେପର ଲେଖିବାରେ ସଫଳ ହୋଇଛି । ଏହି ସିଷ୍ଟମ ନିଜେ ନୂଆ ଆଇଡିଆ ବାହାର କରିବା, କୋଡ୍ ଲେଖି ପରୀକ୍ଷଣ କରିବା ଏବଂ ଶେଷରେ ସମ୍ପୂର୍ଣ୍ଣ ଗବେଷଣାର ପେପର ପ୍ରସ୍ତୁତ କରିବା ଭଳି ଜଟିଳ କାର୍ଯ୍ୟ କରିପାରୁଛି । ଯାହା ମଧ୍ୟରୁ ଗୋଟିଏ ପେପର ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ସମ୍ମିଳନୀରେ ସମୀକ୍ଷକଙ୍କ ଦ୍ୱାରା ଗ୍ରହଣ ମଧ୍ୟ କରାଯାଇଛି । ବିଜ୍ଞାନ ଜଗତରେ ଏହା ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ଆଲୋଚନା ହେଉଛି । ହେଲେ ଏଥିରେ  ଏଆଇ ଦ୍ୱାରା ଭୁଲ ତଥ୍ୟ ପ୍ରଦାନ  ଏବଂ ଗବେଷଣାର ନୈତିକତାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି । ଭବିଷ୍ୟତରେ ଏହି ପ୍ରଯୁକ୍ତିବିଦ୍ୟା ଗବେଷଣା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଥିବାବେଳେ ଏହାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।

Tags: