ଚିକିତ୍ସା କ୍ଷେତ୍ରରେ ଏଆଇ
ଆଜିକାଲି ଏଆଇର ବ୍ୟବହାର ଚିକିତ୍ସା କ୍ଷେତ୍ରରେ ଅନେକ ପ୍ରକାରର ପରିବର୍ତ୍ତନ ଆଣିଛି । ଚିକିତ୍ସାର ପ୍ରକ୍ରିୟାକୁ ଏହା ଅନେକାଂଶରେ ବଦଳାଇ ସାରିଲାଣି । ଏହି କ୍ରମରେ ବ୍ରିଟେନ୍ ଓ ଜାପାନ ଯୁନିଭର୍ସିଟିର ଗବେଷକମାନେ ଏକ ନୂଆ ଅଧ୍ୟାୟ କରିବାକୁ ଯାଉଛନ୍ତି । କିଛି ବର୍ଷ ପୂର୍ବେ ସେମାନେ ପ୍ରସ୍ତୁତ କରିଥିବା ନାନୋ ରୋବଟର ମାନବିକ ପରୀକ୍ଷଣ କରାଯିବ । ଏହି ରୋବଟ ଆମ ଶରୀରରେ ଭିତରେ ଏଣ୍ଟ୍ରି କରି ବିଭିନ୍ନ ଇଣ୍ଟରନାଲ ଡିଜିଜ୍ ସମ୍ବନ୍ଧରେ ତଥ୍ୟ ବାହାର […]
ଆଜିକାଲି ଏଆଇର ବ୍ୟବହାର ଚିକିତ୍ସା କ୍ଷେତ୍ରରେ ଅନେକ ପ୍ରକାରର ପରିବର୍ତ୍ତନ ଆଣିଛି । ଚିକିତ୍ସାର ପ୍ରକ୍ରିୟାକୁ ଏହା ଅନେକାଂଶରେ ବଦଳାଇ ସାରିଲାଣି । ଏହି କ୍ରମରେ ବ୍ରିଟେନ୍ ଓ ଜାପାନ ଯୁନିଭର୍ସିଟିର ଗବେଷକମାନେ ଏକ ନୂଆ ଅଧ୍ୟାୟ କରିବାକୁ ଯାଉଛନ୍ତି । କିଛି ବର୍ଷ ପୂର୍ବେ ସେମାନେ ପ୍ରସ୍ତୁତ କରିଥିବା ନାନୋ ରୋବଟର ମାନବିକ ପରୀକ୍ଷଣ କରାଯିବ । ଏହି ରୋବଟ ଆମ ଶରୀରରେ ଭିତରେ ଏଣ୍ଟ୍ରି କରି ବିଭିନ୍ନ ଇଣ୍ଟରନାଲ ଡିଜିଜ୍ ସମ୍ବନ୍ଧରେ ତଥ୍ୟ ବାହାର କରିବ । ତେବେ ଏହି ପରୀକ୍ଷଣ ପାଇଁ ସେମାନେ ୨୦ଟି ରୋବଟ ପ୍ରସ୍ତୁତ କରିଛନ୍ତି । ଏହି ରୋବଟଗୁଡିକରେ ସେନ୍ସର ଓ କ୍ୟାମେରା ଲାଗିଛି । ଯାହାଫଳରେ ଏହା ଆମ ଶରୀରରେ ପ୍ରବେଶ କରିବା ପରେ ଶରୀରର ଭିତର ଭାଗରେ କଣ ହେଉଛି ସେ ନେଇ ସମସ୍ତ ତଥ୍ୟ ପାଇପାରିବେ । ଯାହାକୁ ଆଧାର କରି ସେମାନେ ଏହି ରୋବଟ ଗୁଡିକୁ ଚଳାଇବେ । ଏହି କ୍ୟାପସୁଲ ରୋବଟଙ୍କୁ ଆମେ ମାନେ ବଟିକା ଭଳି ଗିଳି ଶରୀରର ଭିତରକୁ ପଠାଇ ପାରିବା । ଯାହାପରେ ସେମାନେ ନିଜର କାର୍ଯ୍ୟ ଆରମ୍ଭ କରିବେ । ଏହା କୋଲନ୍ସ୍କୋପିର ବିକଳ୍ପ ଭାବେ ବ୍ୟବହାର କରାଯାଇପାରିବ । ଏହି ପ୍ରକ୍ରିୟା ସଫଳ ହେଲେ ଏହା କୋଲନ୍ସ୍କୋପିର ଏକ ଭଲ ବିକଳ୍ପ ହୋଇପାରେ ବୋଲି ଗବେଷକମତ ଦେଇଛନ୍ତି । ଏହି ରୋବଟକୁ ପ୍ରସ୍ତୁତ କରିବାକୁ ସେମାନଙ୍କୁ ୧୫ ବର୍ଷ ସମୟ ଲାଗିଛି ।




