ଏଆଇ ଧରିଲା ଦୁର୍ନୀତି

ଏଆଇ ଧରିଲା ଦୁର୍ନୀତି
Ipsita Picture
By: Ipsita
Published On

 

ଛତିଶଗଡ଼ର ବସ୍ତର ଜିଲ୍ଲା ପୁଲିସ୍ ବିଭାଗରେ ଏକ ବଡ଼ଧରଣର ଦରମା ଦୁର୍ନୀତିର ପର୍ଦ୍ଦାଫାଶ ହୋଇଛି, ଯେଉଁଠି କୌଣସି ମଣିଷ ନୁହେଁ ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଧାରିତ ଅଡିଟ୍ ମାଧ୍ୟମରେ ଏହା ଧରାପଡିଛି । ସୂଚନା ଅନୁସାରେ ଏହି ଦୁର୍ନୀତିରେ ପ୍ରାୟ ୨ କୋଟି ଟଙ୍କାର ଏହି ମହାଘୋଟାଲା ସାମ୍ନାକୁ ଆସିଛି । ମିଳିଥିବା ସୂଚନା ଅନୁଯାୟୀ, ବିଭାଗର ତିନିଜଣ ସିପାହୀ ଗତ ପ୍ରାୟ ତିନି ବର୍ଷ ମଧ୍ୟରେ ସରକାରୀ ତହସିଲରୁ ବେଆଇନ ଭାବେ ୧.୫ ରୁ ୨ କୋଟି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । ତେବେ ଘଟଣା ନେଇ ପୁଲିସ ପଚରାଉଚରା ସମୟରେ ସେ ନିଜର ଅପରାଧ ସ୍ୱୀକାର କରିଛନ୍ତି । ଏହି ଦୁର୍ନୀତିକୁ ଏଆଇ ଆଧାରିତ ଅଡିଟ୍ ସିଷ୍ଟମ୍ ଦରମା ପ୍ରଦାନର ପାଟର୍ନରେ ଅସ୍ୱାଭାବିକ ବୃଦ୍ଧି ଚିହ୍ନଟ କରି ପ୍ରଥମେ ଧରିଥିଲା, ଯାହା ପରେ ଉଚ୍ଚପଦସ୍ଥ ଅଧିକାରୀମାନେ ଦରମା ରେକର୍ଡ, ଡିଜିଟାଲ୍ ଫାଇଲ୍ ଏବଂ ବ୍ୟାଙ୍କିଙ୍ଗ୍ କାରବାରର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରି ଏହି ସମଗ୍ର ଘୋଟାଲାର ପର୍ଦ୍ଦାଫାଶ କରିଥିଲେ । ଏଆଇର ଏହି କାରନାମା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: