ଏଆଇ ଶିଶୁ ଟଙ୍ଗ୍‌ ଟଙ୍ଗ୍‌

ବର୍ତ୍ତମାନ ବିଶ୍ୱର ପ୍ରଥମ ଏଆଇ ଶିଶୁକୁ ଉଦ୍ଭାବନ କରାଯାଇଛି । ଏହି ଏଆଇ ଶିଶୁ ଅବିକଳ ମନୁଷ୍ୟ ଭଳି ଗତିବିଧି ପ୍ରଦର୍ଶନ କରୁଛି ଏବଂ ଏହା ନିକଟରେ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ରହିଛି । ୩ ବର୍ଷର ଏହି ଏଆଇ ଶିଶୁ ନିକଟରେ ମଣିଷ ଛୁଆ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । କେତେବେଳେ ସେ ରାଗୁଛି ତ’ ଆଉ କେତେବେଳେ ସେ ଖୁସି ହୋଇ ହସୁଛି । ଏହାସହ କାନ୍ଦୁଛି ମଧ୍ୟ […]

Samaya Live Picture
Published On

ବର୍ତ୍ତମାନ ବିଶ୍ୱର ପ୍ରଥମ ଏଆଇ ଶିଶୁକୁ ଉଦ୍ଭାବନ କରାଯାଇଛି । ଏହି ଏଆଇ ଶିଶୁ ଅବିକଳ ମନୁଷ୍ୟ ଭଳି ଗତିବିଧି ପ୍ରଦର୍ଶନ କରୁଛି ଏବଂ ଏହା ନିକଟରେ ସମସ୍ତ ପ୍ରଶ୍ନର ଉତ୍ତର ମଧ୍ୟ ରହିଛି । ୩ ବର୍ଷର ଏହି ଏଆଇ ଶିଶୁ ନିକଟରେ ମଣିଷ ଛୁଆ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । କେତେବେଳେ ସେ ରାଗୁଛି ତ’ ଆଉ କେତେବେଳେ ସେ ଖୁସି ହୋଇ ହସୁଛି । ଏହାସହ କାନ୍ଦୁଛି ମଧ୍ୟ । ପ୍ରଥମ ଥର ପାଇଁ ଚୀନ୍‌ ପକ୍ଷରୁ ଏଭଳି ଉଦ୍ଦ୍ୟମ କରାଯାଇ ଏହି ଏଆଇ ଶିଶୁକୁ ପ୍ରସ୍ତୁତ କରାଯାଇଛି । ରିପୋର୍ଟ ମୁତାବକ, ଚୀନ୍‌ର ବେଜିଂ ଇନ୍‌ଷ୍ଟିଚୁ୍ୟଟ୍‌ ଫର୍‌ ଜେନେରାଲ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ବିଆଇଜିଏଆଇ) ଏହି ଏଆଇ ଶିଶୁକି ବିକଶିତ କରିଛି । ଏହାର ନାଁ ରଖାଯାଇଛି ଟଙ୍ଗ୍‌ ଟଙ୍ଗ୍‌, ଯାହାର ଅର୍ଥ ହେଉଛି ଲିଟିଲ୍‌ ଗର୍ଲ ବା ଛୋଟ ଝିଅ । ନିକଟରେ ଏହି ଏଆଇ ଶିଶୁକୁ ଲଞ୍ଚ୍‌ କରାଯାଇଥିବାବେଳେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । କାହିଁକି ନା ଏହି ଶିଶୁ ନିକଟରେ ମଣିଷ ଛୁଆ ଭଳି ନିରୀହ ଗୁଣ ରହିଥିବାବେଳେ ଏହା ଅନୁଭବୀ ଏବଂ ବଡ଼ ଲୋକଙ୍କ ଭଳି ବିଭିନ୍ନ ସମସ୍ୟାର ସମାଧାନ କରିପାରୁଛି । ଏହା ଲୋକଙ୍କ ଠାରୁ ଶିକ୍ଷା ଗ୍ରହଣ କରିବା ଲାଗି ମଧ୍ୟ ସକ୍ଷମ । ଅର୍ଥାତ୍‌ ଯଦି ଆପଣ ସେହି ଶିଶୁକୁ କିଛି କହୁଛନ୍ତି ତେବେ ସେ ତୁରନ୍ତ ଆପଣଙ୍କ କଥାକୁ ନକଲ କରିବା ସହିତ ଆପଣଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରୁଛି । ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏହି ଶିଶୁର ଏକ ଭିଡିଓ ସେୟାର କରାଯାଇଛି, ଯେଉଁଥିରେ ଶିଶୁଟି ଅଭିବାଦନ ଜଣାଉଥିବା ଦେଖିବାକୁ ମିଳୁଛି । ଏହାସହିତ ଚଟାଣ ସଫା କରିବା ସାଙ୍ଗକୁ ଫଟୋଫ୍ରେମ୍‌ ପଜଲ୍‌କୁ ସଜାଡ଼ୁଥିବା ଦେଖିବାକୁ ମିଳୁଛି ।

Tags: