ଏଆଇ ଅଭିନେତ୍ରୀ

ଏଆଇ ଅଭିନେତ୍ରୀ
Ipsita Picture
By: Ipsita
Published On

 

ଚୀନ୍ରେ କୃତ୍ରିମ ବୁଦ୍ଧିମତ୍ତା ଦ୍ୱାରା ପ୍ରସ୍ତୁତ ଜଣେ ଭର୍ଚୁଆଲ୍ ଅଭିନେତ୍ରୀ ଅସଲି ଅଭିନେତା ଓ ଅଭିନେତ୍ରୀଙ୍କ ଚିନ୍ତା ବଢ଼ାଇ ଦେଇଛନ୍ତି । ୨୦ ବର୍ଷୀୟା ବୋଲି ଦର୍ଶାଯାଇଥିବା ଫାଙ୍ଗ୍ ତାଓଜୀନାମକ ଏହି ଏଆଇ ଚରିତ୍ରର ମାତ୍ର ୨ ମାସ ମଧ୍ୟରେ ୪ ଲକ୍ଷରୁ ଅଧିକ ଫଲୋଅର୍ସ ହୋଇସାରିଛନ୍ତି । ଯାହାକୁ ନେଇ ଆଗାମୀ ଦିନରେ ଏଆଇ ଅସଲି ଅଭିନେତାଙ୍କ ସ୍ଥାନ ନେବ କି ନାହିଁ ସେ ନେଇ ଚୀନ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଫାଙ୍ଗ୍ ବର୍ତ୍ତମାନ ଦି ଲେଡ୍-ଅଫ୍ ଗର୍ଲନାମକ ଏକ ମିନି ଡ୍ରାମାରେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ଯେଉଁଥିରେ ସେ ମଡେଲ୍ ହେବାର ସ୍ୱପ୍ନ ନେଇ ଏକ ଛୋଟ ସହରରୁ ଶାଂଗନାନ୍ ସହରକୁ ଆସିଥିବା ଜଣେ ଝିଅର କ୍ୟାରିୟର ଓ ସଂଘର୍ଷର କାହାଣୀକୁ ଜୀବନ୍ତ ଭାବେ ଉପସ୍ଥାପନ କରୁଛନ୍ତି । ଏହି ଡ୍ରାମାରେ ତାଙ୍କୁ ସାଧାରଣ ମଣିଷ ଭଳି ଅତି ବାସ୍ତବବାଦୀ ଢଙ୍ଗରେ ଡିଜାଇନ୍ କରାଯାଇଛି। ଯେଉଁଥିରେ ଦିନସାରା କାମ କରିବା ପରେ ତାଙ୍କ ମେକଅପ୍ ଛାଡ଼ିଯିବା, ମୁହଁରେ ଝାଳ ବୋହିବା ଏବଂ ପୋଷାକରେ ଝାଳ ଦାଗ ଦିଶିବା ଭଳି ସୂକ୍ଷ୍ମ ଅଭିବ୍ୟକ୍ତି ଦେଖିବାକୁ ମିଳୁଛି । ଫାଙ୍ଗ୍ଙ୍କ ଲୋକପ୍ରିୟତା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ ଚୀନ୍ର ଯୁବତୀମାନେ ତାଙ୍କର ମେକଅପ୍ ଓ ହେୟାରଷ୍ଟାଇଲ୍ କପି କରୁଥିବା ବେଳେ ତାଙ୍କର ବ୍ରାଣ୍ଡ୍ ପ୍ରମୋସନ୍ ଫି୧୦ ଲକ୍ଷ (୧ ମିଲିୟନ୍) ଫଲୋଅର୍ସ ଥିବା ଅନେକ ପ୍ରସିଦ୍ଧ ଇନ୍ଫ୍ଲୁଏନ୍ସରଙ୍କଠାରୁ ମଧ୍ୟ ଅଧିକ ରହିଛି ।

Tags: