ଦୁର୍ଲଭ କାଠ: ୧ ଗ୍ରାମ କାଠର ମୂଲ୍ୟ ୧୦ ହଜାର ଡଲାର

ଯଦି କାହାକୁ ପଚରାଯାଏ ଦୁନିଆର ସବୁଠୁ ମହଙ୍ଗା ଜିନିଷ କ’ଣ ତେବେ ଅବଶ୍ୟ ସେ ହୀରା କିମ୍ବା ସୁନା କହିବେ । ହେଲେ ବିଶ୍ୱରେ ହୀରା, ସୁନା ଅପେକ୍ଷା ଏପରି ଅନେକ ଜିନିଷ ଅଛି ଯାହା ବହୁତ ମହଙ୍ଗା ସହ ଦୁର୍ଲଭ ମଧ୍ୟ ହୋଇଥାଏ । ସେଥିମଧ୍ୟରୁ ଏକ ହେଉଛି କାଠ । ‘ଆକ ୍ୱିଲାରିଆ’ ଗଛରୁ ଉତ୍ପନ୍ନ ‘ଅଗରଉଡ୍‌’ କାଠକୁ ଦୁନିଆର ସବୁଠାରୁ ଦୁର୍ଲଭ ମହଙ୍ଗା କାଠ ମଧ୍ୟରେ ବିବେଚନା କରାଯାଉଛି । ଏହା ‘ଇଗଲଉଡ୍‌’ କିମ୍ବା […]

Samaya Live Picture
Published On

ଯଦି କାହାକୁ ପଚରାଯାଏ ଦୁନିଆର ସବୁଠୁ ମହଙ୍ଗା ଜିନିଷ କ’ଣ ତେବେ ଅବଶ୍ୟ ସେ ହୀରା କିମ୍ବା ସୁନା କହିବେ । ହେଲେ ବିଶ୍ୱରେ ହୀରା, ସୁନା ଅପେକ୍ଷା ଏପରି ଅନେକ ଜିନିଷ ଅଛି ଯାହା ବହୁତ ମହଙ୍ଗା ସହ ଦୁର୍ଲଭ ମଧ୍ୟ ହୋଇଥାଏ । ସେଥିମଧ୍ୟରୁ ଏକ ହେଉଛି କାଠ । ‘ଆକ ୍ୱିଲାରିଆ’ ଗଛରୁ ଉତ୍ପନ୍ନ ‘ଅଗରଉଡ୍‌’ କାଠକୁ ଦୁନିଆର ସବୁଠାରୁ ଦୁର୍ଲଭ ମହଙ୍ଗା କାଠ ମଧ୍ୟରେ ବିବେଚନା କରାଯାଉଛି । ଏହା ‘ଇଗଲଉଡ୍‌’ କିମ୍ବା ‘ଏଲୁସ୍‌ଉଡ୍‌’ ଭାବରେ ମଧ୍ୟ ଜଣାଶୁଣା । ଏହି କାଠ ଚୀନ୍‌, ଜାପାନ, ଭାରତ ଏବଂ ଦକ୍ଷିଣ ପୂର୍ବ ଏସିଆ ଦେଶରେ ଦେଖିବାକୁ ମିଳେ । ମାତ୍ର ୧ ଗ୍ରାମ ଅଗରଉଡ୍‌ କାଠର ମୂଲ୍ୟ ୧୦ ହଜାର ଡଲାରରୁ ଅଧିକ । ଅର୍ଥାତ ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୭ ଲକ୍ଷ ଟଙ୍କାରେ ବିକ୍ରି ହୋଇଥାଏ । ଅଗରଉଡ୍‌କୁ ଜାପାନରେ ‘କ୍ୟାନାମ୍‌’ କିମ୍ବା ‘କ୍ୟାରା’ କୁହାଯାଇଥାଏ । ଏହି କାଠରୁ ଅତର ଏବଂ ପରଫୁ୍ୟମ୍‌ ତିଆରି କରାଯାଏ । କାଠ ପଚିଯିବା ପରେ ଏହାକୁ ଅତର ଉତ୍ପାଦନରେ ବ୍ୟବହାର ହୁଏ । କେବଳ ଏତିକି ନୁହେଁ ଅଗରଉଡ୍‌ କାଠରୁ ‘ଓଡ୍‌ ତେଲ’ ମଧ୍ୟ ବାହାର କରାଯାଇଥାଏ । ଏହି ତେଲକୁ କେବଳ ସେଣ୍ଟ୍‌ରେ ହିଁ ବ୍ୟବହୃତ ହୋଇଥାଏ । ଆଜିର ସମୟରେ ଏହି ତେଲର ମୂଲ୍ୟ କିଲୋଗ୍ରାମ ପ୍ରତି ୨୫ ଲକ୍ଷ ଟଙ୍କା ରହିଛି । ମୂଲ୍ୟବାନ କାରଣରୁ ଅଗରଉଡ୍‌କୁ ଈଶ୍ୱରଙ୍କ କାଠ ବୋଲି କୁହାଯାଇଥାଏ । ଏକ ରିପୋର୍ଟ ଅନୁଯାୟୀ, ଏହି କାଠର ଚୋରା କାରବାର ଏତେ ଅଧିକ ଯେ ଆକ ୍ୱିଲାରିଆ ଗଛର ପ୍ରଜାତିକୁ ଧୀରେ ଧୀରେ ନଷ୍ଟ କରି ଦିଆଯାଉଛି ।