ବାଧକ ସାଜିନି ବୟସ
୮୩ ବର୍ଷରେ କେତେକ ବ୍ୟକ୍ତିଙ୍କୁ ଚାଲିବାକୁ ମଧ୍ୟ କଷ୍ଟ ହୋଇଥାଏ । ହେଲେ ଆମେରିକାର ଜଣେ ୮୩ ବର୍ଷର ବୃଦ୍ଧା ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ନିଜର ପରିଣତ ବୟସରେ ବି ନିଜ ସାହସ ବଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦୁନିଆର ଏକ ପରିଚିତ ମାଟି ଦୌଡ ୫କେକୁ ସେ ସମାପ୍ତ କରିବାରେ ସକ୍ଷମ ହୋଇଛନ୍ତି । ଏପିର କରିବାରେ ସେ ହେଉଛନ୍ତି ଦୁନିଆର ସବୁଠାରୁ ବୟୋଜ୍ୟଷ୍ଠ ବ୍ୟକ୍ତି । ତେବେ ସେ […]
୮୩ ବର୍ଷରେ କେତେକ ବ୍ୟକ୍ତିଙ୍କୁ ଚାଲିବାକୁ ମଧ୍ୟ କଷ୍ଟ ହୋଇଥାଏ । ହେଲେ ଆମେରିକାର ଜଣେ ୮୩ ବର୍ଷର ବୃଦ୍ଧା ଅନେକଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ନିଜର ପରିଣତ ବୟସରେ ବି ନିଜ ସାହସ ବଳରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦୁନିଆର ଏକ ପରିଚିତ ମାଟି ଦୌଡ ୫କେକୁ ସେ ସମାପ୍ତ କରିବାରେ ସକ୍ଷମ ହୋଇଛନ୍ତି । ଏପିର କରିବାରେ ସେ ହେଉଛନ୍ତି ଦୁନିଆର ସବୁଠାରୁ ବୟୋଜ୍ୟଷ୍ଠ ବ୍ୟକ୍ତି ।

ତେବେ ସେ ଏହି ରେସ ପ୍ରଥମଥର ପାଇଁ ନୁହେଁ ବରଂ ତୃତୀୟଥର ପାଇଁ ଜିତିଛନ୍ତି । ସେ ଏଥିରେ ଏକ ମହତ୍ କାରଣ ପାଇଁ ଭାଗନେଇଥିଲେ । ଆଫ୍ରିକାର ଏକ ଗାଁରେ କୂଅ ଖୋଳିବା ପାଇଁ ଅର୍ଥ ଏକାଠି କରିବାକୁ ସେ ଏହି ରେସ୍ରେ ଭାଗନେଇଥିଲେ । ପୂର୍ବବର୍ଷ ୨୦୨୧ରେ ସେ ନିଜର ଦ୍ୱିତୀୟ ଏବଂ ୨୦୧୯ରେ ପ୍ରଥମ ମଡ୍ ରେସ୍ ସମାପ୍ତ କରିଥିଲେ ।
ତେବେ ଏହା ପଛରେ ସେ ନିଜ ପୁଅଙ୍କୁ ପ୍ରେରଣା ଭାବେ ନେଇଛନ୍ତି । ବୃଦ୍ଧାଙ୍କର ପୁଅ ଆଫ୍ରିକାର ଗାଁ ମାନଙ୍କରେ କୂଅ ଖୋଳିବା କାମ କରୁଛନ୍ତି । ତେଣୁ ସେ ପୁଅକୁ ସାହାଯ୍ୟ କରିବା ପାଇଁ ଏହି ରେସ୍ରେ ଭାଗ ନେଉଥିବା କଥା ପ୍ରକାଶ କରିଛନ୍ତି । ଏତେ ବୟସରେ ବି ସାମାଜିକ କାମ ପାଇଁ କାର୍ଯ୍ୟ କରୁଥିବା ମିଲଡର୍ ୱଲିସନ୍ ବର୍ତ୍ତମାନ ଅନେକଙ୍କର ପ୍ରେରଣା ପାଲଟିଛନ୍ତି । ସମାଜପାଇଁ କିଛି କରିବାକୁ ହେଲେ ବୟସ କେବେ ବି ବାଧା ହୋଇନଥାଏ ବୋଲି ସେ ପ୍ରମାଣିତ କରିଛନ୍ତି ।




