ଶୀତଦିନେ ଏସିର ଯତ୍ନ

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶୀତ ଋତୁ, ଯେଉଁକାରଣରୁ ଘରମାନଙ୍କରେ ଏସି ବନ୍ଦ ହେବା ଆରମ୍ଭ ହେବ । ହେଲେ ଏସିକୁ କିଛି ମାସ ପାଇଁ ବନ୍ଦ କରିବା ଆଗରୁ କିଛି ଟ୍ରିକକୁ ଆପଣାଇବାକୁ ହୋଇଥାଏ । କିଛି ଲୋକ ବେଳେବେଳେ ଏସିକୁ ସଫା ନକରି ବନ୍ଦ କରିଦେଇଥାଆନ୍ତି । ହେଲେ ଏହା ଏସି ପାଇଁ ଖୁବ କ୍ଷତିକାରକ ହୋଇଥାଏ । ତେଣୁ ଏସିକୁ ବନ୍ଦ କରିବା ଆଗରୁ ଏହାକୁ ସଫା କରିବାକୁ ଭୁଲନ୍ତୁ ନାହିଁ । […]

ଶୀତଦିନେ ଏସିର ଯତ୍ନ
Samaya Live Picture
Published On

ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶୀତ ଋତୁ, ଯେଉଁକାରଣରୁ ଘରମାନଙ୍କରେ ଏସି ବନ୍ଦ ହେବା ଆରମ୍ଭ ହେବ । ହେଲେ ଏସିକୁ କିଛି ମାସ ପାଇଁ ବନ୍ଦ କରିବା ଆଗରୁ କିଛି ଟ୍ରିକକୁ ଆପଣାଇବାକୁ ହୋଇଥାଏ । କିଛି ଲୋକ ବେଳେବେଳେ ଏସିକୁ ସଫା ନକରି ବନ୍ଦ କରିଦେଇଥାଆନ୍ତି । ହେଲେ ଏହା ଏସି ପାଇଁ ଖୁବ କ୍ଷତିକାରକ ହୋଇଥାଏ । ତେଣୁ ଏସିକୁ ବନ୍ଦ କରିବା ଆଗରୁ ଏହାକୁ ସଫା କରିବାକୁ ଭୁଲନ୍ତୁ ନାହିଁ । ସଫା ନକରିବା ଦ୍ୱାରା ଏହା ଆଗକୁ ଚାଲିବାରେ ସମସ୍ୟା ଉପୁଜିଥାଏ । ତେଣୁ ଶୀତଦିନେ ଏସି ବନ୍ଦ କରିବା ଆଗରୁ ଏହାର ମେଣ୍ଟେନାସ ଜରୁରୀ ହୋଇଥାଏ । ପ୍ରଥମେ ମେନ୍‌ସୁଇଚ ପ୍ଲକରୁ ଏସିକୁ ଡିସକନେକଫ କରନ୍ତୁ । ଏୟାର ଫିଲଫରକୁ ସଫା କରନ୍ତୁ । ଡ୍ରେନ ପାଇପ ତଥା ଟ୍ରେରେ ଯମା ହୋଇଥିବା ପାଣିକୁ କାଢନ୍ତୁ । ଏସି କଭର ତଥା ଗ୍ରୀଲ୍ସକୁ ମଧ୍ୟ ସଫା କରନ୍ତୁ । ଆଉଟପୁଟୟୁନିଟ ଚେକ କରିବା ସହିତ ରିମୋଟରୁ ବ୍ୟାଟେରୀ କାଢି ଦିଅନ୍ତୁ । ବିଶେଷଭାବେ ବନ୍ଦ କରାଇବା ଆଗରୁ ସର୍ଭିସିଂ କରାଇ ନିଅନ୍ତୁ ।

Tags: