ଭୟଙ୍କର ଗୁଣ ପାଇଁ ବିଶ୍ୱ ରେକର୍ଡ କରିଥିବା ପକ୍ଷୀ
ସାଧାରଣତଃ ପକ୍ଷୀ ମାନଙ୍କୁ ଶାନ୍ତିର ପ୍ରତୀକ ଭାବେ ଦର୍ଶାଯାଏ । ସେମାନଙ୍କୁ ସମସ୍ତେ ଭଲ ପାଇଥାଆନ୍ତି, ଯାହା ଫଳରେ ପୋଷା ଜୀବଭାବେ ରଖିଥାଆନ୍ତି । ତେବେ ଏଭଳି ଏକ ପକ୍ଷୀ ଅଛି ଯାହା ବେଶ୍ ଭୟଙ୍କର ହୋଇଥାଏ । ପକ୍ଷୀର ନାଁ ହେଉଛି କୈସୋବେରୀ । କୈସୋବେରୀ ପକ୍ଷୀ ଗିନିଜ୍ ବୁକରେ ମଧ୍ୟ ଦୁନିଆର ସବୁଠାରୁ ଭୟଙ୍କର ପକ୍ଷୀ ଭାବେ ସାମିଲ ହୋଇଛି । ପକ୍ଷୀର ପrା କୌଣସି ଧାରୁଆ ଅସ୍ତ୍ର ଠାରୁ କମ ନୁହେଁ । […]
ସାଧାରଣତଃ ପକ୍ଷୀ ମାନଙ୍କୁ ଶାନ୍ତିର ପ୍ରତୀକ ଭାବେ ଦର୍ଶାଯାଏ । ସେମାନଙ୍କୁ ସମସ୍ତେ ଭଲ ପାଇଥାଆନ୍ତି, ଯାହା ଫଳରେ ପୋଷା ଜୀବଭାବେ ରଖିଥାଆନ୍ତି । ତେବେ ଏଭଳି ଏକ ପକ୍ଷୀ ଅଛି ଯାହା ବେଶ୍ ଭୟଙ୍କର ହୋଇଥାଏ । ପକ୍ଷୀର ନାଁ ହେଉଛି କୈସୋବେରୀ । କୈସୋବେରୀ ପକ୍ଷୀ ଗିନିଜ୍ ବୁକରେ ମଧ୍ୟ ଦୁନିଆର ସବୁଠାରୁ ଭୟଙ୍କର ପକ୍ଷୀ ଭାବେ ସାମିଲ ହୋଇଛି ।

ପକ୍ଷୀର ପrା କୌଣସି ଧାରୁଆ ଅସ୍ତ୍ର ଠାରୁ କମ ନୁହେଁ । ଏହି ପrାରେ ଏକ ମଣିଷକୁ ମାରିବା ମଧ୍ୟ ସହଜ । ସେ ଏହାକୁ ବ୍ୟବହାର କରି ତାର ସମସ୍ତ ଶତ୍ରୁଙ୍କୁ ଆହତ କରିଥାଏ । ଏହି ପକ୍ଷୀ ଗୁଡିକ ଅଷ୍ଟ୍ରେଲିଆ ଓ ପଶ୍ଚିମ ଆଫ୍ରିକାର ଗିନୀ ଦେଶରେ ଦେଖିବାକୁ ମିଳିଥାଆନ୍ତି ।

ଏହି ପକ୍ଷୀର ପହଁରିବା ସହ ମାଛ ଧରିବାର କୌଶଳ ଢେର ନିଆରା । ଏମାନେ ସାଧାରଣତଃ ପାଣି ପାଖରେ ରହିବାକୁ ପସନ୍ଦ କରନ୍ତି । ଏମାନଙ୍କର ଆଖି ସହିତ ଶରୀର ଗଠନ ମଧ୍ୟ ଦେଖିବାକୁ ଖୁବ୍ ହୃଷ୍ଟପୃଷ୍ଠ । ତେବେ ଏମାନେ ଏତେ ଭୟଙ୍କର ହୋଇମଧ୍ୟ ପୂର୍ବକାଳରେ ଏମାନଙ୍କୁ ଲୋକ ପୋଷୁଥିଲେ ।

ତେବେ ଏମାନଙ୍କର ଆକ୍ରାମକ ଗୁଣ କାରଣରୁ ଧୀରେଧୀରେ ଏମାନଙ୍କୁ ଲୋକ ପୋଷାଜୀବ ଭାବେ ରଖିବା ବନ୍ଦ କରିଦେଇଥିଲେ । ତେବେ ଏବେ ମଧ୍ୟ କେତେକ ସ୍ଥାନରେ ଏହାକୁ ପାଳନ କରାଯାଉଛି ।




