ପଶୁପ୍ରେମର ନିଆରା କାହାଣୀ

ପଶୁପ୍ରେମର ନିଆରା କାହାଣୀ
Ipsita Picture
By: Ipsita
Published On

 

ମଦୁରାଇର ଜଣେ ୭୬ ବର୍ଷୀୟା ବୃଦ୍ଧା ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ଅବସର ଗ୍ରହଣ କରିବା ପରେ ନିଜର ପେନସନ ଅର୍ଥରେ ମାଙ୍କଡ଼ମାନଙ୍କୁ ଖାଇବାକୁ ଦେଉଥିବା ଜଣାପଡିଛି । ମଦୁରାଇର ବାସିନ୍ଦା ମାଲତୀ ନାମକ ଏହି ମହିଳା ଜଣକ ୨୦୧୫ ମସିହାରୁ ତିରୁପ୍ପାରାନକୁନ୍ଦ୍ରମ୍ ଆଖପାଖରେ ରହୁଥିବା ମାଙ୍କଡ଼ମାନଙ୍କୁ ଖାଇବାକୁ ଦେବା ପାଇଁ ନିଜ ପେନସନ୍ର ଏକ ବଡ଼ ଅଂଶ ବ୍ୟବହାର କରିଆସୁଛନ୍ତି। ବାର୍ଦ୍ଧକ୍ୟ ଏବଂ ସ୍ୱାସ୍ଥ୍ୟଗତ ସମସ୍ୟା ସତ୍ତ୍ୱେ ସେ ପ୍ରତି ଶନିବାର ବିଭିନ୍ନ ସ୍ଥାନକୁ ଯାଇଥାଆନ୍ତି, ଯେଉଁଠାରେ ତାଙ୍କ ଡାକ ଶୁଣି ପ୍ରାୟ ୩୫୦ ରୁ ୪୦୦ ମାଙ୍କଡ଼ ଏକାଠି ହୋଇଥାନ୍ତି। ଉକ୍ତ ମହିଳା ଜଣଙ୍କ ତାମିଲନାଡୁ ପୋଲିସ ବିଭାଗରେ ୩୩ ବର୍ଷ କାର୍ଯ୍ୟ କରି ୨୦୧୦ରେ ଅବସର ନେଇଛନ୍ତି । ମାଲତୀ ନିଜ ସମ୍ପୂର୍ଣ୍ଣ ଜୀବନକୁ ଅନ୍ୟମାନଙ୍କ ସେବାରେ ଉତ୍ସର୍ଗ କରିଛନ୍ତି। ତାଙ୍କର ଏହି ଅତୁଟ ଦୟାଭାବ ପଶୁପକ୍ଷୀଙ୍କ ଯତ୍ନ ପ୍ରତି ଏକ ବିରଳ ସମର୍ପଣକୁ ଦର୍ଶାଉଛି, ଯାହା ଅନ୍ୟମାନଙ୍କୁ ଦୟାବାନ ହେବାକୁ ପ୍ରେରିତ କରୁଛି । ମାଲତୀଙ୍କ କାହାଣୀ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚାର ବିଷୟ ପାଲଟିଛି ।

Tags: