ମଶା ଦୂର କରୁଥିବା ଗଛ

ନିକଟରେ ମ୍ୟାଲେରିଆ ଦିବସ ପାଳିତ ହୋଇଛି, ଯେଉଁଥିରେ ମଶା କାମୁଡିବାରୁ ରକ୍ଷାପାଇବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ହେଲେ ମଶାଙ୍କୁ ମାରିବା ପାଇଁ ବ୍ୟବହାର ହେଉଥିବା କେମିକାଲ ମଧ୍ୟ କେତେକ ସମୟରେ ଆମ ପାଇଁ କ୍ଷତିକାରକ ସାଜିଥାଏ । ତେବେ ଏଭଳି କେତେକ ଗଛ ରହିଛନ୍ତି, ଯାହା ଦ୍ୱାରା ଆମେ ମଶାଙ୍କୁ ନ୍ୟାଚୁରାଲି ଦୁରେଇ ପାରିବା । ଆସନ୍ତୁ ଜାଣିବା ସେହିଭଳି କିଛି ଗଛ ବିଷୟରେ । କାଟନିପ୍‌ ଏହି ଗଛରେ ନେପଟା କାଟାରିଆ ନାମକ […]

Samaya Live Picture
Published On

ନିକଟରେ ମ୍ୟାଲେରିଆ ଦିବସ ପାଳିତ ହୋଇଛି, ଯେଉଁଥିରେ ମଶା କାମୁଡିବାରୁ ରକ୍ଷାପାଇବା ପାଇଁ ଲୋକଙ୍କୁ ସଚେତନ କରାଯାଇଛି । ହେଲେ ମଶାଙ୍କୁ ମାରିବା ପାଇଁ ବ୍ୟବହାର ହେଉଥିବା କେମିକାଲ ମଧ୍ୟ କେତେକ ସମୟରେ ଆମ ପାଇଁ କ୍ଷତିକାରକ ସାଜିଥାଏ । ତେବେ ଏଭଳି କେତେକ ଗଛ ରହିଛନ୍ତି, ଯାହା ଦ୍ୱାରା ଆମେ ମଶାଙ୍କୁ ନ୍ୟାଚୁରାଲି ଦୁରେଇ ପାରିବା । ଆସନ୍ତୁ ଜାଣିବା ସେହିଭଳି କିଛି ଗଛ ବିଷୟରେ ।
କାଟନିପ୍‌
ଏହି ଗଛରେ ନେପଟା କାଟାରିଆ ନାମକ ଏକ ତତ୍ତ୍ୱ ରହିଥାଏ, ଯାହା ମଶାଙ୍କୁ ଦୂରରେ ରଖିଥାଏ । ଏହି ଗଛ ଯେଉଁ ସ୍ଥାନରେ ଥାଏ ସେଠାରେ କେବଳ ମଶା ନୁହେଁ ଅନ୍ୟ କୀଟମାନେ ମଧ୍ୟ ରହିପାରନ୍ତି ନାହିଁ । ଏହାକୁ ଘର ପାଖରେ ଲଗାଇ ପାରିବେ ।
ଫ୍ଲସ୍‌ ଫ୍ଲାୱାର
ଫ୍ଲସ୍‌ ଫ୍ଲାୱାରରୁ କ୍ୟୁମାରିନ୍‌ ନାମକ ଏକ କେମିକାଲ୍‌ ନିର୍ଗତ ହୋଇଥାଏ ଯାହାର ଗନ୍ଧକୁ ମଶାମାନେ ସହି ପାରନ୍ତି ନାହିଁ । ଏହି ଗଛକୁ ମଶା ଘଉଡାଇବା ପାଇଁ ବ୍ୟବହାର କରିପାରିବେ ।
ଲେମନ୍‌ ଗ୍ରାସ୍‌
ଏହା ମଶା ଘଉଡାଇବା ପାଇଁ ବେଶ ଭଲ ବିକଳ୍ପ ହୋଇଥାଏ । ଏହି ଗଛରେ ସିଟ୍ରୋନେଲା ଅଏଲ୍‌ ରହିଥାଏ, ଯେଉଁଥିରେ ଲେମନ୍‌ର ବାସ୍ନା ଅଧିକ ଥାଏ । ତେଣୁ ଏହାକୁ ଘରେ ଲଗାଇଲେ ଘର ସୁଗନ୍ଧିତ ହେବା ସହ ମଶା ଓ କୀଟ ମାନଙ୍କୁ ଘରୁ ଦୂରେଇବା ପାଇଁ ଏହା ସହାୟକ ହୋଇଥାଏ ।
ରୋଜ୍‌ମେରୀ
ରୋଜ୍‌ମେରୀ ଗଛକୁ ମଶାକୁ ଦୂରରେ ରଖିବା ପାଇଁ ବ୍ୟବହାର କରାଯାଇଥାଏ । ଏହାର ବାସ୍ନା କାରଣରୁ ମଶା ଓ ଅନ୍ୟ ଛୋଟଛୋଟ ପୋକ ମଧ୍ୟ ଘରେ ରହି ନଥାନ୍ତି ।

Tags: