ପିଲା ଜନ୍ମ ଦେଉଥିବା ସାପ
ବର୍ତ୍ତମାନ ସୁଦ୍ଧା ଆମେ ଶୁଣିଛେ କି ସାପ ଅଣ୍ଡା ଦିଏ ଓ ଏହି ଅଣ୍ଡାରୁ ହିଁ ଛୁଆ ଫୁଟିଥାଏ । ମାତ୍ର ଏଭଳି ଅନେକ ସାପ ଅଛନ୍ତି, ଯିଏ ଅଣ୍ଡା ଦେବା ପରିବର୍ତ୍ତେ ମନୁଷ୍ୟ ଭଳି ପିଲା ଜନ୍ମ ଦେଇଥାଏ । ତନ୍ମଧ୍ୟରୁ ଗୋଟିଏ ହେଲା ଡେଥ୍ ଆzର । ଏହି ସାପ ବିଶେଷତଃ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳନ୍ତି ଏବଂ ଅତ୍ୟଧିକ ବିଷାକ୍ତ ହୋଇଥାଆନ୍ତି । ହେଲେ ଏମାନେ ଆକ୍ରାମକ ନଥାନ୍ତି, ଅର୍ଥାତ୍ ଏମାନେ ତୁରନ୍ତ ଆକ୍ରମଣ […]
ବର୍ତ୍ତମାନ ସୁଦ୍ଧା ଆମେ ଶୁଣିଛେ କି ସାପ ଅଣ୍ଡା ଦିଏ ଓ ଏହି ଅଣ୍ଡାରୁ ହିଁ ଛୁଆ ଫୁଟିଥାଏ । ମାତ୍ର ଏଭଳି ଅନେକ ସାପ ଅଛନ୍ତି, ଯିଏ ଅଣ୍ଡା ଦେବା ପରିବର୍ତ୍ତେ ମନୁଷ୍ୟ ଭଳି ପିଲା ଜନ୍ମ ଦେଇଥାଏ । ତନ୍ମଧ୍ୟରୁ ଗୋଟିଏ ହେଲା ଡେଥ୍ ଆzର । ଏହି ସାପ ବିଶେଷତଃ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳନ୍ତି ଏବଂ ଅତ୍ୟଧିକ ବିଷାକ୍ତ ହୋଇଥାଆନ୍ତି । ହେଲେ ଏମାନେ ଆକ୍ରାମକ ନଥାନ୍ତି, ଅର୍ଥାତ୍ ଏମାନେ ତୁରନ୍ତ ଆକ୍ରମଣ କରନ୍ତି ନାହିଁ । ଏମାନଙ୍କ ନିକଟରେ ସବୁଠୁ ଲମ୍ବା ଦାନ୍ତ ଥାଏ । ଏକାଥରକେ ଏମାନେ ୩୦ଟି ସାପଛୁଆକୁ ଜନ୍ମ ଦେବାରେ ସକ୍ଷମ ଥାଆନ୍ତି । ସେହିପରି େୱଷ୍ଟର୍ଣ୍ଣ ଡାଇମଣ୍ଡ୍ବ୍ୟାକ୍ ରେଟେଲ୍ସ୍ନେକ୍ ବିଶ୍ୱର ସବୁଠୁ ବଡ଼ ରେଟେଲ୍ସ୍ନେକ୍ ମଧ୍ୟରୁ ଅନ୍ୟତମ । ଏମାନେ ଆମେରିକା ଓ ମେକ୍ସିକୋର ମରୁଭୂମି ଅଞ୍ଚଳରେ ଦେଖିବାକୁ ମିଳନ୍ତି । ଏମାନେ ସାଧାରଣତଃ ୧୦ରୁ ୨୦ ଜୀବିତ ସାପଛୁଆକୁ ଜନ୍ମ ଦେଇ ୬ ମାସ ପର୍ଯ୍ୟନ୍ତ ଲାଳନପାଳନ କରନ୍ତି । ଉପରୋକ୍ତ ସାପଗୁଡ଼ିକ ବ୍ୟତୀତ ଗ୍ରୀନ୍ ଆନାକୋଣ୍ଡା ମଧ୍ୟ ଛୁଆ ଜନ୍ମ ଦେଇଥାଏ । ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳୁଥିବା ଏହି ସାପ ବିଶ୍ୱର ସବୁଠୁ ବଡ଼ ସାପ ମଧ୍ୟରେ ଅନ୍ୟତମ । ଏମାନେ ପ୍ରାୟ ୨୦ ଫୁଟ ପର୍ଯ୍ୟନ୍ତ ଲମ୍ବା ହୋଇପାରନ୍ତି ଓ ଏମାନଙ୍କର ଓଜନ ୧୫୦ ପାଉଣ୍ଡ୍ ପର୍ଯ୍ୟନ୍ତ ରହିଥାଏ । ମାତ୍ର ଏମାନେ ବିଷାକ୍ତ ନୁହନ୍ତି । ସେହିପରି ଉତ୍ତର ଆମେରିକାରେ ଥିବା ଇଷ୍ଟର୍ଣ୍ଣ ଗ୍ରେଟର ସ୍ନେକ୍, ଦକ୍ଷିଣ ଓ ମଧ୍ୟ ଆମେରିକାରେ ଥିବା ଆଇଲାସ୍ ଭାଇପର୍ ଓ ୟେଲୋ ବେଲିଡ୍ ସି’ ସ୍ନେକ୍ ବା ହଳଦିଆ ପେଟ ଥିବା ସାମୁଦ୍ରିକ ସାପ ମଧ୍ୟ ଛୁଆ ଜନ୍ମ କରିବାରେ ସକ୍ଷମ ଥାଆନ୍ତି । ଏମାନଙ୍କ ମଧ୍ୟରୁ କିଛି ସାପ ଜନ୍ମ ଦେଇସାରିବା ପରେ ସେମାନଙ୍କ ପିଲାର ଲାଳନ ପାଳନ କରିଥାଆନ୍ତି । ଠିକ୍ ସେହିପରି ଅନ୍ୟ କିଛି ସାପ ସେମାନଙ୍କ ଛୁଆକୁ ଜନ୍ମ ଦେଇସାରିବା ପରେ ତୁରନ୍ତ ଛୁଆକୁ ଛାଡ଼ି ପଳାନ୍ତି । ଯାହାଫଳରେ କିଛି ଛୁଆଙ୍କର ମୃତୁ୍ୟ ହେଉଥିବାବେଳେ କିଛି ସର୍ଭାଇଭ୍ କରିବାରେ ସକ୍ଷମ ହୋଇପାରନ୍ତି ।




