ରୋବଟ ଚଳାଉଛି ଦୋକାନ

ରୋବଟ ଚଳାଉଛି ଦୋକାନ
Ipsita Picture
By: Ipsita
Published On

 

ହଂକଂରେ ଏପରି ତିନୋଟି ଦୋକାନ ଖୋଲିଛି, ଯେଉଁଠାରେ ମଣିଷଙ୍କ ବଦଳରେ ରୋବଟ୍‌ମାନେ ଗ୍ରାହକଙ୍କୁ ପାନୀୟ ଓ ସ୍ନାକ୍ସ ବିକ୍ରି କରିବା ସହ ସେମାନଙ୍କ ସହ ବିଭିନ୍ନ ଭାଷାରେ କଥାବାର୍ତ୍ତା ମଧ୍ୟ ହେଉଛନ୍ତି । ଏପରିକି ଗ୍ରାହକଙ୍କ ମନୋରଞ୍ଜନ ପାଇଁ ସେମାନଙ୍କ ଆଗରେ ସେମାନେ ନୃତ୍ୟ ମଧ୍ୟ କରୁଛନ୍ତି । 'ଗ୍ୟାଲବୋଟ୍' କମ୍ପାନୀ ଦ୍ୱାରା ପରିଚାଳିତ ଏହି ୨୪ ଘଣ୍ଟିଆ ଦୋକାନଗୁଡ଼ିକରେ ପ୍ରାୟ ୫ ଫୁଟ ୮ ଇଞ୍ଚ ଉଚ୍ଚତାର 'ଜି ୧ ହ୍ୟୁମାନଏଡ୍ ରୋବଟ୍' ନିୟୋଜିତ ଅଛନ୍ତି । ଯେଉଁଥିମଧ୍ୟରୁ 'ଶିଆଓଗାଇ' ନାମକ ରୋବଟ୍ ମ୍ୟାଣ୍ଡାରିନ୍, କ୍ୟାଣ୍ଟୋନିଜ୍ ଏବଂ ଇଂରାଜୀ ଭାଷାରେ ଗ୍ରାହକଙ୍କ ସହ ସହଜରେ କଥାବାର୍ତ୍ତା କରିପାରୁଛି । ଚୀନ୍‌ର ପ୍ରାୟ ୫୦ଟି ସହରରେ ପ୍ରାୟ ୨୦୦ଟି ଏଭଳି ଦୋକାନ ଚଲାଉଥିବା ଏହି କମ୍ପାନୀ ହଂକଂରେ ପ୍ରଥମ ଥର ପାଇଁ ଚୀନ୍ ବାହାରେ ନିଜର ବ୍ୟବସାୟ ବିସ୍ତାର କରିଛି । ଏହି ଦୋକାନ ଗୁଡିକର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

Tags: