ଟ୍ରାଫିକ ନିୟନ୍ତ୍ରଣ କରୁଛି ରୋବଟ

ଟ୍ରାଫିକ ନିୟନ୍ତ୍ରଣ କରୁଛି ରୋବଟ
Ipsita Picture
By: Ipsita
Published On

 

ଚୀନ୍‌ରେ ଟ୍ରାଫିକ୍ ପରିଚାଳନା ପାଇଁ ସ୍ଥାନୀୟ ପୋଲିସ୍ ବର୍ତ୍ତମାନ ରୋବଟର ସହାୟତା ନେବା ଆରମ୍ଭ କରିଛି । ଏହି ରୋବଟଗୁଡ଼ିକ ରାସ୍ତାରେ ଯାନବାହାନ ଏବଂ ପଦଚାରୀଙ୍କ ଗତିବିଧି ଉପରେ ନଜର ରଖିବା ସହ ଟ୍ରାଫିକ୍ ନିୟମ ଭାଙ୍ଗୁଥିବା ଲୋକଙ୍କୁ ସଚେତନ କରୁଛନ୍ତି ଓ ଟ୍ରାଫିକ୍ ସଙ୍କେତ ଦେଉଛନ୍ତି । ନିକଟରେ ହାଙ୍ଗଝୋ ମାରାଥନ୍‌ରେ ପ୍ରାୟ ୩୬,୦୦୦ ଆଥଲେଟ୍‌ଙ୍କ ଭିଡ଼କୁ ସୁଚାରୁରୂପେ ନିୟନ୍ତ୍ରଣ କରିବା ପାଇଁ ଚାରୋଟି ସ୍ଥାନରେ ଏହି ରୋବଟଗୁଡ଼ିକୁ ମୁତୟନ କରାଯାଇଥିଲା । 'ହାଙ୍ଗ୍‌ସିଂ ନଂ. ୨' ନାମକ ଏହି ରୋବଟର ଉଚ୍ଚତା ୧୭୮ ସେଣ୍ଟିମିଟର । ଏହାକୁ 'ଡିପ୍ ରୋବୋଟିକ୍ସ'  ସ୍ଥାନୀୟ ଟ୍ରାଫିକ୍ ପ୍ରଶାସନ ସହ ମିଶି ବିକଶିତ କରିଛି । ଏଥିରେ ଲାଗିଥିବା କ୍ୟାମେରା ଏବଂ ସେନ୍ସର୍ ସାହାଯ୍ୟରେ ଏହା ସ୍ୱାଧୀନ ଭାବେ ରାସ୍ତାରେ ପାଟ୍ରୋଲିଂ କରିପାରୁଛି । ବର୍ଷା, ଜଳ ଏବଂ - ୨୦ଡିଗ୍ରୀ ସେଲ୍ସିୟସରୁ ୫୫ଡିଗ୍ରୀ ସେଲ୍ସିୟସ୍ ପର୍ଯ୍ୟନ୍ତ ତାପମାତ୍ରାରେ ମଧ୍ୟ ଏହି ରୋବୋ ସହଜରେ କାମ କରିପାରେ। ପୂର୍ବରୁ ଏପ୍ରିଲ୍ ମାସରେ ବେଜିଂ ହାଫ୍ ମାରାଥନ୍‌ରେ ମଧ୍ୟ ଏହିପରି ରୋବୋ ନିୟୋଜିତ ହୋଇଥିଲେ । ତେବେ ଟ୍ରାଫିକ୍ ପୋଲିସ୍‌ଙ୍କ ସ୍ଥାନ ନୁହେଁ, ବରଂ ପୋଲିସ୍ କର୍ମଚାରୀଙ୍କ କାର୍ଯ୍ୟଭାର କମାଇବା ପାଇଁ ଏହି ବ୍ୟବସ୍ଥା କରାଯାଇଛି। ସୋସିଆଲ ମିଡିଆରେ ରୋବଟ ଗୁଡିକ ଖୁବ ଭାଇରାଲ ହେବାରେ ଲାଗିଛନ୍ତି ।

Tags: