ମନୁଷ୍ୟର ନୂଆ ପ୍ରଜାତି !

ବର୍ତ୍ତମାନ ସୁଦ୍ଧା ନିଏଣ୍ଡର୍‌ଥାଲ୍ସ, ଡେନିସୋଭାନ୍ସ ଏବଂ ହୋମୋ ସାପିଏନ୍ସ ଆଦି ମନୁଷ୍ୟର ବିଭିନ୍ନ ପ୍ରଜାତି ବିଷୟରେ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ମାତ୍ର ମନୁଷ୍ୟର ଆଉ ଏକ ନୂତନ ପ୍ରଜାତିର ସନ୍ଧାନ କରାଯାଇଛି, ଯାହା ବୈଜ୍ଞାନିକମାନଙ୍କୁ ବି ଆଶ୍ଚର୍ଯ୍ୟରେ ପକାଇଛି । ୨୦୧୯ରେ ଚୀନ୍‌ର ହୁଆଲୋଙ୍ଗଝୋଙ୍ଗ୍‌ରେ ଏକ ୧୨ ବର୍ଷ ପିଲାର ଖପୁରୀ ମିଳିଥିଲା, ଯାହା ୩ ଲକ୍ଷ ବର୍ଷ ପୂର୍ବର ବୋଲି କୁହାଯାଇଥିଲା । ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଖପୁରୀର କୌଣସି ବି […]

Samaya Live Picture
Published On

ବର୍ତ୍ତମାନ ସୁଦ୍ଧା ନିଏଣ୍ଡର୍‌ଥାଲ୍ସ, ଡେନିସୋଭାନ୍ସ ଏବଂ ହୋମୋ ସାପିଏନ୍ସ ଆଦି ମନୁଷ୍ୟର ବିଭିନ୍ନ ପ୍ରଜାତି ବିଷୟରେ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ମାତ୍ର ମନୁଷ୍ୟର ଆଉ ଏକ ନୂତନ ପ୍ରଜାତିର ସନ୍ଧାନ କରାଯାଇଛି, ଯାହା ବୈଜ୍ଞାନିକମାନଙ୍କୁ ବି ଆଶ୍ଚର୍ଯ୍ୟରେ ପକାଇଛି । ୨୦୧୯ରେ ଚୀନ୍‌ର ହୁଆଲୋଙ୍ଗଝୋଙ୍ଗ୍‌ରେ ଏକ ୧୨ ବର୍ଷ ପିଲାର ଖପୁରୀ ମିଳିଥିଲା, ଯାହା ୩ ଲକ୍ଷ ବର୍ଷ ପୂର୍ବର ବୋଲି କୁହାଯାଇଥିଲା । ବର୍ତ୍ତମାନ ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ଖପୁରୀର କୌଣସି ବି ଅଂଶ ଆମ ପୂର୍ବପୁରୁଷଙ୍କ ସହିତ ମେଳ ଖାଉନାହିଁ । ତେଣୁ ଏହା ଭିନ୍ନ ପ୍ରଜାତିର ମଣିଷ ଖପୁରୀ ହୋଇପାରେ ବୋଲି

ସନ୍ଦେହ କରାଯାଉଛି । ବୈଜ୍ଞାନିକଙ୍କ ସୂଚନା ମୁତାବକ, ଚୀନ୍‌ରେ ମିଳିଥିବା ଏହି ଜୀବାଶ୍ମରେ ପାଟିହାଡ, ଖପୁରୀ ଏବଂ ଗୋଡହାଡ ଆଦି ସାମିଲ ରହିଛି । ମାତ୍ର ଏହି ଖପୁରୀ ସାଧାରଣ ଲୋକଙ୍କ ଖପୁରୀ ଠାରୁ ଭିନ୍ନ । ଅର୍ଥାତ୍‌ ଏହି ଖପୁରୀ କୌଣସି ବି ମାନବର ପୂର୍ବ ବଂଶ ସହିତ ମେଳ ଖାଉନାହିଁ । ତେଣୁ ମାନବ ଜାତିର ଏହା ଭିନ୍ନ ତଥା ନୂତନ ପ୍ରଜାତି ବୋଲି କୁହାଯାଇଛି । ଏହି ଖପୁରୀରେ ଗାଲ ନାହିଁ, ତେଣୁ ଏହା ଡେନିସୋଭାନ୍ସ ପ୍ରଜାତିର ହୋଇଥିବା ସନ୍ଦେହ ଉପୁଜିଛି । ଚାଇନିଜ୍‌ ଏକାଡେମୀ ଅଫ୍‌ ସାଇନ୍ସେସ୍‌ର ବିଶେଷଜ୍ଞଙ୍କ ମୁତାବକ, ଏହି ସ୍କେଲିଟନ୍‌ ୧୨ରୁ ୧୩ ବର୍ଷର ପିଲାର ବୋଲି ଅନୁମାନ କରାଯାଉଛି । ଖପୁରୀ ବ୍ୟତୀତ ଅନ୍ୟ ସମସ୍ତ ଅଙ୍ଗ ବର୍ତ୍ତମାନର ମନୁଷ୍ୟ ପ୍ରଜାତି ସହିତ ମେଳ ଖାଉଛି । ତେଣୁ ଏହା ଆଧୁନିକ ମନୁଷ୍ୟ ପ୍ରଜାତିର ବୋଲି ମଧ୍ୟ ସନ୍ଦେହ କରାଯାଉଛି । ଅନ୍ୟପଟେ ଜର୍ଣ୍ଣଲ୍‌ ଅଫ୍‌ ହୁ୍ୟମାନ ଇଭଲୁ୍ୟସନରେ ପ୍ରକାଶିତ ଏକ ସର୍ଭେ ମୁତାବକ ଗବେଷକମାନେ ଏହି ଖପୁରୀକୁ ହୋମିନିମ୍‌ର ଏକ ନୂତନ ପ୍ରଜାତି (ଯାହା ଏକ ହାଇବ୍ରିଡ୍‌ ବ୍ରାଞ୍ଚ୍‌) ବୋଲି କହିଛନ୍ତି । ଏହା ଆଧୁନିକ ମାନବ ଏବଂ ଡେନିସୋଭନ୍ସ ବଂଶର ମିଶ୍ରଣ ହୋଇପାରେ ବୋଲି ମଧ୍ୟ କୁହାଯାଇଛି । ମାତ୍ର ବର୍ତ୍ତମାନ ସୁଦ୍ଧା ଏହାର ସତ୍ୟତା ଜଣାପଡିନାହିଁ ।