ଚୀନରେ ସୃଷ୍ଟି ହୋଇଛି ସାଇକେଲ ପାହାଡ
ଚୀନ୍ରେ ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ସଚେତନତା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଆରମ୍ଭ ହୋଇଥିବା 'ବାଇକ୍-ସେୟାରିଂ' ବ୍ୟବସ୍ଥା ମାତ୍ର କିଛି ବର୍ଷ ମଧ୍ୟରେ ଏକ ବିରାଟ ସମସ୍ୟାର ରୂପ ନେଇଛି । ଲାଭ ଅର୍ଜନ ଆଶାରେ ୭୦ରୁ ଉଦ୍ଧ୍ୱର୍ ଘରୋଇ କମ୍ପାନୀ ଚୀନ୍ ବଜାରକୁ ଓହ୍ଲାଇ ରାସ୍ତାରେ ୧.୬ କୋଟିରୁ ଅଧିକ ସାଇକେଲ୍ ଛାଡ଼ିଥିଲେ । ଯାହା ଚାହିଦା ତୁଳନାରେ ଯଥେଷ୍ଟ ଅଧିକ ଥିଲା । ଫଳରେ ରାସ୍ତା, ଫୁଟପାଥ୍, ପାର୍କିଂ ସ୍ଥଳୀ ଓ ମେଟ୍ରୋ ଷ୍ଟେସନ୍ଗୁଡ଼ିକରେ ସାଇକେଲ୍ ଜମା ହୋଇ ସମସ୍ୟା ସୃଷ୍ଟି କରିବାରୁ ପ୍ରଶାସନ ସେଗୁଡ଼ିକୁ ସହର ବାହାରେ ଥିବା ଖାଲି ପଡ଼ିଆରେ ରଖିବା ଆରମ୍ଭ କରିଥିଲା । ଚୀନ୍ର ଦକ୍ଷିଣ-ପୂର୍ବ ସହର ସିଆମେନ୍ ପରି ଅନେକ ସ୍ଥାନରେ ଏହି ଅବ୍ୟବହୃତ ଓ ଭଙ୍ଗାରୁଜା ସାଇକେଲ୍ଗୁଡ଼ିକର ପାହାଡ଼ ୩୦ରୁ ୪୦ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୋଇପଡିଛି । ଯାହା ଦୂରରୁ ସାଇକେଲ୍ର ସମାଧିସ୍ଥଳ ଭଳି ଦୃଶ୍ୟମାନ ହେଉଛି ।
Tags:




