ଅଧିକ ଚାଲିବାରୁ ଗଲା ଚାକିରି !
By: Ipsita
ଚୀନର ଜିୟାଁଗସୁରେ ଜଣେ କର୍ମଚାରୀ ଅଧିକ ଚାଲିବାରୁ ତାଙ୍କୁ ଚାକିରିରୁ ବାହାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବ୍ୟକ୍ତି ଜଣଙ୍କ ଦେହ ଖରାପ କହି ଅଫିସରୁ ଛୁଟି ନେଇଥିଲେ । ତାଙ୍କର ଅଣ୍ଟା ଓ ପାଦରେ ଯନ୍ତ୍ରଣା ହେଉଥିବା ସେ ଦର୍ଶାଇଥିଲେ, ଯେଉଁଥିପାଇଁ ସେ ନିଜ ଛୁଟିକୁ ବଢାଇ ମଧ୍ୟ ଥିଲେ । ହେଲେ କମ୍ପାନୀର ତାଙ୍କ ଉପରେ ସନ୍ଦେହ ହେବାରୁ କମ୍ପାନୀ ପକ୍ଷରୁ ଖୁଫିଆ ତଦନ୍ତ କରାଯାଇଥିଲା । ତେବେ ଏହି ତଦନ୍ତରେ ଜଣା ପଡିଥିଲା କି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କିନ୍ତୁ ଖୁବ ଚାଲୁଥିବା ସହିତ ଦୌଡୁଛନ୍ତି ମଧ୍ୟ । ଯାହାପରେ କମ୍ପାନୀ ତାଙ୍କୁ ଚାକିରିରୁ ବାହାର କରିଦେଇଥିଲା । ହେଲେ ପରବର୍ତ୍ତୀ ସମୟରେ ବ୍ୟକ୍ତିଜଣଙ୍କ କୋର୍ଟରେ କେସ କରିଥିଲେ । ଯେଉଁଥିରେ କମ୍ପାନୀକୁ ଉକ୍ତ ବ୍ୟକ୍ତିଙ୍କୁ ୧୪ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିଥିଲା ।
Read More ଶୀତଦିନେ ନିଅନ୍ତୁ ପୋଷାକର ଯତ୍ନ
Tags:


