“ଭୋକର ନଥାଏ ଜାତି’
ଭୋକର ଜାତି ନଥାଏ । ଏହି ଉକ୍ତିଟିକୁ ପ୍ରମାଣିତ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ହାଇଦ୍ରାବାଦର ସୟଦ ଓସମାନ ଅଜହର ମକସୁସି ପ୍ରତିଦିନ ଜାତି ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ୧୫୦୦ଙ୍କୁ ଖାଇବା ଦେଉଛନ୍ତି । ତାଙ୍କୁ ଏଥିପାଇଁ କମନ୍େଓ୍ୱଲ୍ଥ ପଏଣ୍ଟସ୍ ଅଫ୍ ଲାଇଟ୍ ପୁରସ୍କାର ମଧ୍ୟ ମିଳିଛି । ୨୦୧୧ରୁ ସୟଦ ଏହି ଯୋଜନା ଆରମ୍ଭ କରିଛନ୍ତି । ହାଇଦ୍ରାବାଦ୍ର ଏକ ଓଭରବ୍ରିଜ୍ ତଳେ ଜଣେ ବୃଦ୍ଧାଙ୍କୁ ସେ ଅସହାୟ ଅବସ୍ଥାରେ ଦେଖିଥିଲେ, ଯାହା ତାଙ୍କ […]
ଭୋକର ଜାତି ନଥାଏ । ଏହି ଉକ୍ତିଟିକୁ ପ୍ରମାଣିତ କରିଛନ୍ତି ହାଇଦ୍ରାବାଦର ଜଣେ ଯୁବକ । ହାଇଦ୍ରାବାଦର ସୟଦ ଓସମାନ ଅଜହର ମକସୁସି ପ୍ରତିଦିନ ଜାତି ବର୍ଣ୍ଣ ନିର୍ବିଶେଷରେ ପ୍ରାୟ ୧୫୦୦ଙ୍କୁ ଖାଇବା ଦେଉଛନ୍ତି । ତାଙ୍କୁ ଏଥିପାଇଁ କମନ୍େଓ୍ୱଲ୍ଥ ପଏଣ୍ଟସ୍ ଅଫ୍ ଲାଇଟ୍ ପୁରସ୍କାର ମଧ୍ୟ ମିଳିଛି । ୨୦୧୧ରୁ ସୟଦ ଏହି ଯୋଜନା ଆରମ୍ଭ କରିଛନ୍ତି । ହାଇଦ୍ରାବାଦ୍ର ଏକ ଓଭରବ୍ରିଜ୍ ତଳେ ଜଣେ ବୃଦ୍ଧାଙ୍କୁ ସେ ଅସହାୟ ଅବସ୍ଥାରେ ଦେଖିଥିଲେ, ଯାହା ତାଙ୍କ ମନକୁ ବେଶ୍ ଆନ୍ଦୋଳିତ କରିଥିଲା । ଏହାପରେ ସେ ଏହି ଯୋଜନା ଆରମ୍ଭ କରିଥିଲେ । ସେବେଠାରୁ ଅବିରତ ଭାବେ ସେ ଅସହାୟଙ୍କୁ ସହାୟତା ଯୋଗାଇ ଆସୁଛନ୍ତି । ଏବେ ପ୍ରତିଦିନ ସକାଳ ୬ଟାରୁ ସେ ଓ ତାଙ୍କ ଟିମ୍ ଲାଗିପଡନ୍ତି ଶତାଧିକ ଅସହାୟଙ୍କ ପାଇଁ ଖାଇବା ପ୍ରସ୍ତୁତରେ । ଏହି ଖାଦ୍ୟକୁ ସେମାନେ ଦିନ ଗୋଟାଏ ସୁଦ୍ଧା ସେମାନଙ୍କ ପାଖରେ ପହଞ୍ଚାଇବାର ଲକ୍ଷ ରହିଥାଏ । ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ଅନେକ ସଂଘର୍ଷ କରିଛନ୍ତି ସୟଦ । ପେଶା ଭାବେ ନିଜର ଏକ ପ୍ଲାଷ୍ଟର ପ୍ୟାରିସ୍ୟୁନିଟ୍ ରହିଛି । ତାଙ୍କର ଏହି କାମକୁ ଦେଶ ସହ ବିଦେଶରେ ବି ସମ୍ମାନ ମିଳିଛି ।ୟୁକେର “ଭୋକର ନଥାଏ ଜାତି’ କାପାନିଂ ଅଧିନରେ ତାଙ୍କୁ କମନ୍େଓ୍ୱଲ୍ଥ ପଏଣ୍ଟ ଅଫ୍ ଲାଇଟ୍ ଆଓ୍ୱାର୍ଡରେ ସମ୍ମାନିତ କରାଯାଇଛି । ତାଙ୍କର ଭୋକର ଜାତି ନାହିଁ ସଚେତନ ବାର୍ତ୍ତାକୁ ସମସ୍ତେ ବେଶ୍ ପ୍ରଂଶସା କରୁଛନ୍ତି । ୨୦୧୫ରେ ସେ ସାନି େଓ୍ୱଲଫେୟାର ଫାଉଣ୍ଡେସନ୍ ଏନ୍ଜିଓ ବାହାର କରିଥିଲେ ଯାହା ବାଙ୍ଗାଲୁରୁ, ଗୋହ୍ୱାଟି, ରଇସ୍ପୁର, ତନ୍ଦୁର ଭଳି ସ୍ଥାନରେ କାମ କରୁଛି । ସେହିଭଳି କିଛିଦିନ ପୂର୍ବରୁ ସୟଦ “ଦୋ ରୋଟି’ ନାମରେ ଏକ କାମ୍ପାନିଂ ଆରମ୍ଭ କରିଥିଲେ । ସେ ଏହି ବାର୍ତ୍ତା ମାଧ୍ୟମରେ ଲୋକଙ୍କୁ ଅନୁରୋଧ କରିଥିଲେ କି ଯେତେବେଳେ ବି ସୁବିଧା ହେଉଛି ଭୋକିଲାଙ୍କୁ ଦୁଇଟି ରୁଟି ଦିଅନ୍ତୁ । ଏହା ପଛରେ ଗୋଟିଏ କାରଣ ଥିଲା ଛୋଟ ପିଲାଙ୍କୁ ଭିକ ମାଗିବାରୁ ବିରତ ରଖିବାକୁ । ସୟଦଙ୍କର ଏହି କାର୍ଯ୍ୟକୁ ସମସ୍ତେ ବେଶ୍ ପ୍ରଂଶସା କରୁଛନ୍ତି ।




