ସାଇକେଲରେ ୨୫ଟି ଦେଶର ଯାତ୍ରା

ସାଇକେଲରେ ୨୫ଟି ଦେଶର ଯାତ୍ରା
Ipsita Picture
By: Ipsita
Published On

 

କର୍କଟ ରୋଗରେ ପ୍ରାଣ ହରାଇଥିବା ନିଜ ସ୍ତ୍ରୀ ଜ୍ୟାକିଙ୍କ ସ୍ମୃତିରେ ଜଣେ ୬୯ ବର୍ଷୀୟ କାନାଡ଼ା ନାଗରିକ ମାର୍କ ହର୍ବସ  ୩୦,୦୦୦ କିଲୋମିଟରରୁ ଅଧିକ ସାଇକେଲ ଚଲାଇ ୪୬ ଲକ୍ଷ ଟଙ୍କାର ପାଣ୍ଠି ସଂଗ୍ରହ କରିବା ସହ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ୨୦୨୧ରେ ସାତ ବର୍ଷର ଚିକିତ୍ସା ପରେ ୫୫ ବର୍ଷ ବୟସରେ ଜ୍ୟାକିଙ୍କ ମୃତ୍ୟୁ ଘଟିଥିବା ବେଳେ, 'ପ୍ରିନ୍ସେସ୍ ମାର୍ଗାରେଟ୍ କ୍ୟାନ୍ସର ଫାଉଣ୍ଡେସନ୍' ପାଇଁ ଅର୍ଥ ସଂଗ୍ରହ କରିବା ଲକ୍ଷ୍ୟରେ ମାର୍କ ଥାଇଲ୍ୟାଣ୍ଡର ବ୍ୟାଙ୍କକରୁ ନିଜ ଯାତ୍ରା ଆରମ୍ଭ କରିଥିଲେ । ମାତ୍ର ୩୨୪ ଦିନ ମଧ୍ୟରେ ସେ ଏସିଆ, ଅଷ୍ଟ୍ରେଲିଆ, ୟୁରୋପ ଏବଂ ଆମେରିକାର ୨୫ଟି ଦେଶ ଦେଇ ବ୍ୟାଙ୍କକକୁ ଫେରିଥିଲେ । ଯାତ୍ରା ସମୟରେ ସେମାନେ ଏକାଠି ବୁଲିବାକୁ ଚାହୁଁଥିବା ବିଭିନ୍ନ ସ୍ଥାନରେ ସ୍ତ୍ରୀଙ୍କ ଅସ୍ଥି ବିସର୍ଜନ କରିଥିଲେ । ଏହି ଅସାଧାରଣ ଯାତ୍ରା ସହ ସେ ୬୬ ବର୍ଷୀୟ କ୍ରିଷ୍ଟୋଫର ବେନେଟଙ୍କ ପୁରୁଣା ରେକର୍ଡ ଭାଙ୍ଗି ସମଗ୍ର ବିଶ୍ୱ ପରିକ୍ରମା କରିଥିବା ସବୁଠାରୁ ବୟସ୍କ ସାଇକେଲ ଚାଳକ ହେବାର ଗୌରବ ହାସଲ କରିଛନ୍ତି । ନିଜ ସ୍ତ୍ରୀଙ୍କ ଭଳି ଜୀବନକୁ ସମ୍ପୂର୍ଣ୍ଣ ଆନନ୍ଦର ସହ ଜିଇଁବାକୁ ଚାହାନ୍ତି ବୋଲି ମାର୍କ ପ୍ରକାଶ କରିଛନ୍ତି ।

Tags: