୯୦ ଟଙ୍କାରେ କିଣି ବିକ୍ରି ୪୦ କୋଟିରେ

ଅନେକ ସମୟରେ ଆମେ କିଣିଥିବା ଏକ କମ ମୂଲ୍ୟର ସାମଗ୍ରୀ ମଧ୍ୟ ଆମକୁ କୋଟିପତି କରାଇଥାଏ । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଇଟାଲୀରେ । ଏଠାରେ ଜଣେ ମହିଳା ୯୦ଟଙ୍କାରେ କିଣିଥିବା ଘରର ବର୍ତ୍ତମାନ ମୂଲ୍ୟ ହେଉଛି ୪କୋଟି । କିଛି ବର୍ଷ ତଳେ ସେ ଏକ ପରିତକ୍ତ୍ୟ ଘରକୁ ଭାରତୀୟ ମୁଦ୍ରା ମାତ୍ର ୯୦ଟଙ୍କାରେ କିଣିଥିଲେ । ହେଲେ ବର୍ତ୍ତମାନ ଏହି ଘରର ମୂଲ୍ୟ ୪କୋଟିରେ ପହଞ୍ଚିଛି । ଘରଟି କିଣିବା ପରେ […]

୯୦ ଟଙ୍କାରେ କିଣି ବିକ୍ରି ୪୦ କୋଟିରେ
Samaya Live Picture
Published On

ଅନେକ ସମୟରେ ଆମେ କିଣିଥିବା ଏକ କମ ମୂଲ୍ୟର ସାମଗ୍ରୀ ମଧ୍ୟ ଆମକୁ କୋଟିପତି କରାଇଥାଏ । ସେହିଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଇଟାଲୀରେ । ଏଠାରେ ଜଣେ ମହିଳା ୯୦ଟଙ୍କାରେ କିଣିଥିବା ଘରର ବର୍ତ୍ତମାନ ମୂଲ୍ୟ ହେଉଛି ୪କୋଟି । କିଛି ବର୍ଷ ତଳେ ସେ ଏକ ପରିତକ୍ତ୍ୟ ଘରକୁ ଭାରତୀୟ ମୁଦ୍ରା ମାତ୍ର ୯୦ଟଙ୍କାରେ କିଣିଥିଲେ । ହେଲେ ବର୍ତ୍ତମାନ ଏହି ଘରର ମୂଲ୍ୟ ୪କୋଟିରେ ପହଞ୍ଚିଛି । ଘରଟି କିଣିବା ପରେ ମହିଳା ଜଣଙ୍କ ଏଥିରେ କିଛି ଅର୍ଥ ଖର୍ଚ୍ଚ କରି ଏହାକୁ ମରାମତି କରିଥିଲେ । ଏଥିସହ ଘର ପାଇଁ ସମସ୍ତ ସୁବିଧା ମଧ୍ୟ କରିଥିଲେ । ଏଥିରେ ପ୍ରଭାବିତ ହୋଇ ବର୍ତ୍ତମାନ ମହିଳା ଜଣଙ୍କ ଅନ୍ୟ ଦୁଇଟି ଘର ମଧ୍ୟ ଇଟାଲୀର ସେହି ଗ୍ରାମରେ କିଣିଛନ୍ତି । ଏହି ଘରକୁ ରିନୋଭେସନ୍‌ କରି ସେ ଲାଇବ୍ରେରୀ ଓ କାଫେ କରିଛନ୍ତି । ମହିଳାଙ୍କର ଏହି ପ୍ରୟାସ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Tags: