୨ ହଜାର ଟଙ୍କାରେ ଫ୍ଲାଟ
ଚୀନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଡବଲ୍ ୧୧ ସପିଂ ଫେଷ୍ଟିଭାଲ ଜାରି ରହିଛି । ଏହି ଅବସରରେ ଆଲିବାବା ଅକ୍ସନ୍ସ ଦ୍ୱାରା ଆୟୋଜିତ ଏକ ପ୍ରମୋସନାଲ୍ କ୍ୟାମ୍ପେନରେ ନିଲାମରେ ଜଣେ ବ୍ୟକ୍ତି ମାତ୍ର ୧୫୪ ୟୁଆନ୍ ବା ଭରାତୀୟ ମୂଲ୍ୟ ପ୍ରାୟ ୨ ହଜାର ଟଙ୍କା ଦେଇ ପ୍ରାୟ ୫.୬ ଲକ୍ଷ ଟଙ୍କା ବଜାର ମୂଲ୍ୟର ଏକ ୨ ବିଏଚକେ ଫ୍ଲାଟ୍ କିଣିଛନ୍ତି । ଏହି ନିଲାମଟି ୧୪ ୟୁଆନ୍ ପ୍ରାରମ୍ଭିକ ମୂଲ୍ୟରୁ ଆରମ୍ଭ ହୋଇଥିଲା ଏବଂ ପ୍ରତିଟି ବିଡରେ ମୂଲ୍ୟ ପ୍ରାୟ ୧୪ ଫେନ୍ (ପ୍ରାୟ ୧୪ ପଇସା) ବୃଦ୍ଧି ପାଇଥିଲା । ତେବେ ଏହାର ସର୍ବାଧିକ ମୂଲ୍ୟ ୧୫୪ ୟୁଆନ୍ ସ୍ଥିର କରାଯାଇ ସେହି ମୂଲ୍ୟରେ ପ୍ରଥମେ ବିଡ୍ କରିଥିବା ବ୍ୟକ୍ତିଙ୍କୁ ଏହା ପ୍ରଦାନ କରାଯାଇଥିଲା । ଯେଉଁଥିରେ ମୋଟ ୧,୬୭୭ ଜଣ ଅଂଶଗ୍ରହଣକାରୀ ୧,୦୦୧ଟି ବିଡ୍ କରିଥିଲେ। ନିଲାମଟି ନଭେମ୍ବର ୫ ତାରିଖରେ ଶେଷ ହୋଇଥିଲା । ୧୫୪ ୟୁଆନ୍ କ୍ରୟ ମୂଲ୍ୟ ବ୍ୟତୀତ ବିଜେତାଙ୍କୁ ପ୍ରାୟ ୨୮,୦୦୦ ଟଙ୍କା ଟ୍ୟାକ୍ସ ବାବଦକୁ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଏକ ଲାଇଭ୍ଷ୍ଟ୍ରିମ୍ ସମୟରେ କ୍ରେତା ଜଣକ ପ୍ରକାଶ କରିଛନ୍ତି ଯେ ହେଲୋଙ୍ଗଜିଆଙ୍ଗରେ ରହିବାର କୌଣସି ଯୋଜନା ନାହିଁ, ବରଂ ସେ ଏହି ଫ୍ଲାଟ୍କୁ ଶୀତଦିନିଆ ଛୁଟି ସମୟରେ ବ୍ୟବହାର କରିବେ । ତେବେ ସେହି ସମାନ କୋଠାର ଅନ୍ୟ ଫ୍ଲାଟ୍ଗୁଡ଼ିକର ବଜାର ମୂଲ୍ୟ ପ୍ରତି ବର୍ଗମିଟର ପ୍ରାୟ ୩୮,୦୦୦ ଟଙ୍କା ରହିଛି ।




