ଗୁଗୁଲ କମ୍ପାନୀର ସୋଲାର କ୍ୟାମ୍ପସ
କାଲିଫର୍ଣ୍ଣିଆରେ ନିର୍ମାଣ ହୋଇଛି ଗୁଗୁଲର ନୂଆ ଅଫିସ୍ । ତେବେ ଅଫିସ୍ଟିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ଏଥିରେ ଗୁଗୁଲ ୯୦ ପ୍ରତିଶତ ‘ଗ୍ରୀନ ଏନର୍ଜି’ ବା ସବୁଜ ଶକ୍ତି ବ୍ୟବହାର କରିଛି । ଏହି କାର୍ଯ୍ୟାଳୟକୁ ସୋଲାର ପ୍ୟାନେଲ୍ ସହ ସଂଯୋଗ କରାଯାଇଛି, ଯାହା ଡ୍ରାଗନ ସ୍କିନ୍ରୁ ପ୍ରେରିତ । ସିଲିକନ୍ ଭ୍ୟାଲିରେ ପ୍ରାୟ ୪୨ ଏକରରେ ଏହି କାର୍ଯ୍ୟାଳୟକୁ ନିର୍ମାଣ କରାଯାଇଛି । ପ୍ରଥମଥର ପାଇଁ ଗୁଗୁଲ ତାର ଏଭଳି ଏକ ବିରାଟ […]
କାଲିଫର୍ଣ୍ଣିଆରେ ନିର୍ମାଣ ହୋଇଛି ଗୁଗୁଲର ନୂଆ ଅଫିସ୍ । ତେବେ ଅଫିସ୍ଟିକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ଏଥିରେ ଗୁଗୁଲ ୯୦ ପ୍ରତିଶତ ‘ଗ୍ରୀନ ଏନର୍ଜି’ ବା ସବୁଜ ଶକ୍ତି ବ୍ୟବହାର କରିଛି । ଏହି କାର୍ଯ୍ୟାଳୟକୁ ସୋଲାର ପ୍ୟାନେଲ୍ ସହ ସଂଯୋଗ କରାଯାଇଛି, ଯାହା ଡ୍ରାଗନ ସ୍କିନ୍ରୁ ପ୍ରେରିତ ।

ସିଲିକନ୍ ଭ୍ୟାଲିରେ ପ୍ରାୟ ୪୨ ଏକରରେ ଏହି କାର୍ଯ୍ୟାଳୟକୁ ନିର୍ମାଣ କରାଯାଇଛି । ପ୍ରଥମଥର ପାଇଁ ଗୁଗୁଲ ତାର ଏଭଳି ଏକ ବିରାଟ କ୍ୟାମ୍ପସକୁ ସୋଲାର ପ୍ୟାନେଲ ସାହାଯ୍ୟରେ ଚଳାଇବାର ନିଷ୍ପତ୍ତି ନେଇଛି । ୨୦୩୦ ସୁଦ୍ଧା ପ୍ରତିଦିନ କାର୍ବନ ଫ୍ରି ଉର୍ଜା ବ୍ୟବହାର ନେଇ କମ୍ପାନୀ ପକ୍ଷରୁ ହୋଇଥିବା ଯୋଜନାର ପ୍ରଥମ ସୋପାନ ଏହି କାର୍ଯ୍ୟାଳୟ ବୋଲି ଅଧିକାରୀମାନେ ମତ ଦେଇଛନ୍ତି । ଏହି ପ୍ରକ୍ରିୟାରେ କାର୍ଯ୍ୟାଳୟକୁ ସେମାନେ ୯୦ ପ୍ରତିଶତ କାର୍ବନ ଫ୍ରି କରିବା ପାଇଁ ଯୋଜନା କରିଛନ୍ତି ।

ଏହି ଡ୍ରାଗନସ୍କେଲ ରୁଫ ୭ ମେଗାୱାଟ ଉର୍ଜା ଉତ୍ପାଦନ କରିବାରେ ସକ୍ଷମ । ସେହିଭଳି ଏହାର ଭିତର ଡିଜାଇନ୍ ମଧ୍ୟ ବେଶ୍ ୱାର୍କ ଫ୍ରେଣ୍ଡଲି ଭାବେ ନିର୍ମାଣ କରାଯାଇଛି । ଏହି କ୍ୟାମ୍ପସରେ ବାୟୁଚଳାଚଳ ପାଇଁ ୧୦୦ ପ୍ରତିଶତ ବାହାରର ବାୟୁ ବ୍ୟବହାର କରାଯାଇଥାଏ, ଯାହା ବେଶ ସ୍ୱାସ୍ଥ୍ୟକର ।




