କୁକୁର ଦେଉଛି ସିପିଆର
ସ୍ପେନରେ ଏକ ତାଲିମ ଶିବିର ଚାଲିଥିବା ସମୟରେ 'ପୋଞ୍ଚୋ' ନାମକ ଏକ ପୁଲିସ୍ କୁକୁର ଜଣେ ପୁଲିସ୍ ଅଫିସରଙ୍କୁ ସିପିଆର ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ପ୍ରଶିକ୍ଷଣ ସମୟରେ ଅଫିସର ଜଣକ ଅଚେତ ହୋଇଯିବାର ନାଟକ କରି ତଳେ ଶୋଇପଡ଼ିବା କ୍ଷଣି, ପୋଞ୍ଚୋ ତୁରନ୍ତ ତାଙ୍କ ପାଖକୁ ଆସି ନିଜର ଆଗ ଦୁଇ ଗୋଡ଼ରେ ତାଙ୍କ ଛାତି ଉପରେ ବାରମ୍ବାର ଡେଇଁ ତାଙ୍କୁ ସିପିଆର ଦେଇଥିଲା । ଏହାସହ ତାଙ୍କ ମୁହଁ ପାଖରେ ରହି ନିଶ୍ୱାସପ୍ରଶ୍ୱାସ ଯାଞ୍ଚ ମଧ୍ୟ କରିଥିଲା । ଏହା ପରେ ଅଫିସର ଜଣକ ଉଠି ବସି ପୋଞ୍ଚୋକୁ ପୁରସ୍କାର ସ୍ୱରୂପ ଖାଦ୍ୟ ଦେଇଥିଲେ । ତେବେ ଏହି ଭିଡିଓଟି ପୁରୁଣା ହେଲେ ମଧ୍ୟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ଖୁବ ପସନ୍ଦ କରୁଛନ୍ତି । କୁକୁରର ବୁଦ୍ଧିମତାକୁ ସମସ୍ତେ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।
Tags:




