ମୃତ ବ୍ୟକ୍ତି ଚଳାଇବେ ଗାଡି !
By: Ipsita
ସମ୍ବନ୍ଧିତ ଖବର ସୁସ୍ଥ ଅଭ୍ୟାସ
ଉତ୍ତରପ୍ରଦେଶରେ ଦେଖିବାକୁ ମିଳିଛି ଏଭଳି ଅଜବ ଘଟଣା, ଯେଉଁଥିରେ ମୃତବ୍ୟକ୍ତିଙ୍କୁ ଗାଡି ଚଳାଇବାର ସାର୍ଟିଫିକେଟ ଦିଆଯାଉଛି । ସୂଚନା ଅନୁସାରେ ଉତ୍ତରପ୍ରଦେଶର ଏକସହରରେ ଜଣେ ମୃତବ୍ୟକ୍ତିଙ୍କୁ ଗାଡି ଚଳାଇବାର ଟ୍ରେନିଂ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ରିପୋର୍ଟ ଅନୁସାରେ ଇ ରିକ୍ସା ଚାଳକ ସୁଖବୀର ସିଂର ୧ ମାର୍ଚ୍ଚ ୨୦୨୫ରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ଜିଲ୍ଲା ଡାକ୍ତରଖାନାରୁ ୨୧ ଅପ୍ରେଲରେ ଡେଥ୍ ସାର୍ଟିଫିକେଟ ମଧ୍ୟ ଜାରି କରାଯାଇଛି । ହେଲେ ସରକାରୀ କାଗଜ ପତ୍ର ଅନୁସାରେ ୧ ଅଗଷ୍ଟ ରୁ ୧୦ ଅଗଷ୍ଟ ଭିତରେ ଉକ୍ତ ବ୍ୟକ୍ତି ଜଣଙ୍କ ଇ ରିକ୍ସା ଚାଳନାର ଟ୍ରେନିଂ ନେଇଛନ୍ତି । ଏପରିକି ଆରଟିଓ ପକ୍ଷରୁ ତାଙ୍କୁ ସାର୍ଟିଫିକେଟ ଇସୁ ମଧ୍ୟ କରାଯାଇଛି । ହେଲେ ଘଟଣା ସମ୍ପର୍କରେ ଜଣା ପଡିବାପରେ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି ହୋଇଛି । କେଉଁଭଳି ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାକୁ ନେଇ ତଦନ୍ତ ଆରମ୍ଭ ହୋଇଛି ।
ସମ୍ବନ୍ଧିତ ଖବର ଛେଳିର ଜନ୍ମଦିନ
Tags:



