ସାପବିହୀନ ଦେଶ

ଆପଣ ସ୍ନେକ୍‌ ଆଇଲାଣ୍ଡ୍‌ ବିଷୟରେ ଶୁଣିଥିବେ, ଯାହା ବ୍ରାଜିଲ୍‌ରେ ଅବସ୍ଥିତ । ଯେଉଁଠି କେବଳ ମାଳ ମାଳ ଭୟଙ୍କର ବିଷାକ୍ତ ସାପ ଦେଖିବାକୁ ମିଳିଥାଏ । ଏମିତିକି ଏଠାକୁ କୌଣସି ପର୍ଯ୍ୟଟକ ଭୟରେ ଯିବାକୁ ପସନ୍ଦ କରନ୍ତି ନାହିଁ । ଏହି ଆଇଲାଣ୍ଡ୍‌ରେ ସାଧାରଣ ଲୋକଙ୍କ ପ୍ରବେଶ ନିଷିଦ୍ଧ ହୋଇଥିବାବେଳେ କେବଳ ସେଠାକାର ନୌସେନା ଓ ଗବେଷକମାନଙ୍କୁ ହିଁ ଯିବାକୁ ଅନୁମତି ଥାଏ । ହେଲେ ବର୍ତ୍ତମାନ ଏମିତି ଏକ ରାଷ୍ଟ୍ର ବିଷୟରେ ଜଣାପଡ଼ିଛି, ଯେଉଁଠି ଗୋଟିଏ […]

Samaya Live Picture
Published On

ଆପଣ ସ୍ନେକ୍‌ ଆଇଲାଣ୍ଡ୍‌ ବିଷୟରେ ଶୁଣିଥିବେ, ଯାହା ବ୍ରାଜିଲ୍‌ରେ ଅବସ୍ଥିତ । ଯେଉଁଠି କେବଳ ମାଳ ମାଳ ଭୟଙ୍କର ବିଷାକ୍ତ ସାପ ଦେଖିବାକୁ ମିଳିଥାଏ । ଏମିତିକି ଏଠାକୁ କୌଣସି ପର୍ଯ୍ୟଟକ ଭୟରେ ଯିବାକୁ ପସନ୍ଦ କରନ୍ତି ନାହିଁ । ଏହି ଆଇଲାଣ୍ଡ୍‌ରେ ସାଧାରଣ ଲୋକଙ୍କ ପ୍ରବେଶ ନିଷିଦ୍ଧ ହୋଇଥିବାବେଳେ କେବଳ ସେଠାକାର ନୌସେନା ଓ ଗବେଷକମାନଙ୍କୁ ହିଁ ଯିବାକୁ ଅନୁମତି ଥାଏ । ହେଲେ ବର୍ତ୍ତମାନ ଏମିତି ଏକ ରାଷ୍ଟ୍ର ବିଷୟରେ ଜଣାପଡ଼ିଛି, ଯେଉଁଠି ଗୋଟିଏ ହେଲେ ବି ସାପ ନାହିଁ । ଏହି ଦେଶର ନæô ହେଉଛି ଆୟରଲାଣ୍ଡ୍‌ ଓ ଏହା ୟୁରୋପର ଉତ୍ତର ପଶ୍ଚିମ ଦିଗରେ ଅବସ୍ଥିତ । ଏହି ଦେଶରେ ଆଦୌ ସାପ ନଥିବାରୁ ଏହାକୁ ସାପବିହୀନ ଦେଶ ବୋଲି କୁହାଯାଏ । ତେଣୁ ଏଠାରେ ସାପ କାମୁଡ଼ାରେ କୌଣସି ବି ବ୍ୟକ୍ତିଙ୍କର ମୃତୁ୍ୟ ହୋଇନାହିଁ । ଆଇରିସ୍‌ ସରକାରଙ୍କ ଜୀବାଶ୍ମ କାର୍ଯ୍ୟାଳୟର ରେକର୍ଡରେ ଏହି ଦେଶରେ କେବେ ସାପ ଥିଲା ବୋଲି କୌଣସି ଉଲ୍ଲେଖ ନାହିଁ । ତେଣୁ ଏଠାରେ କେବେ ବି ସାପର ଅସ୍ତିତ୍ୱ ନଥିଲା ବୋଲି ବିଶେଷଜ୍ଞମାନେ ମତବ୍ୟକ୍ତ କରନ୍ତି । ରିପୋର୍ଟ ମୁତାବକ, ୧୦ ହଜାର ବର୍ଷ ପୂର୍ବେ ଆୟରଲାଣ୍ଡ୍‌ ସମ୍ପୂର୍ଣ୍ଣ ରୂପେ ବରଫରେ ଆଚ୍ଛାଦିତ ଥିଲା । ହେଲେ କୋଲï ୍‌ବ୍ଲଡେଡ୍‌ ଥିବା ଏହି ସାପଗୁଡ଼ିକୁ ହିମୋଗ୍ଲୋବିନ୍‌ର ଆବଶ୍ୟକ ସ୍ତରକୁ ପ୍ରାପ୍ତ କରିବା ଲାଗି ଗରମ ପରିବେଶର ଆବଶ୍ୟକତା ଥିଲା । ହେଲେ ବରଫ ଆଚ୍ଛାଦିତ ଆୟରଲାଣ୍ଡ୍‌ରେ ଏହା ସମ୍ଭବ ନଥିଲା । ତେଣୁ ପ୍ରାକୃତିକ କାରଣରୁ ଆୟରଲାଣ୍ଡ୍‌ରୁ ସାପଗୁଡ଼ିକ ସର୍ବଦା ଦୂରେଇ ରୁହନ୍ତି ବୋଲି କୁହାଯାଏ । ତେବେ ଆୟରଲାଣ୍ଡ୍‌ ବ୍ୟତୀତ ଆଇସ୍‌ଲାଣ୍ଡ୍‌, ଗ୍ରିନ୍ସଲାଣ୍ଡ୍‌, ନୁ୍ୟଜିଲାଣ୍ଡ୍‌, ରୁଷ୍‌, ଆଣ୍ଟାର୍କଟିକା ଆଦି ଭଳି ଅନେକ ଦେଶରେ ଭୌଗଳିକ ଓ ପ୍ରାକୃତିକ କାରଣରୁ ସାପଗୁଡ଼ିକର ଅସ୍ତିତ୍ୱ ନାହିଁ ।

Tags: