ପାଣିରେ ଭାସୁଛି କାର
ଏଲନ୍ ମସ୍କ ନିକଟରେ ଏକ ଉଡ଼ନ୍ତା କାର୍ ଆବିଷ୍କାର କରିଥିବାବେଳେ ଚୀନର ଏକ କମ୍ପାନୀ ପାଣିରେ ଚାଲିପାରୁଥିବା ଏକ ଅନନ୍ୟ କାର୍ ବିକଶିତ କରିଛି । କାରଟି ବନ୍ୟାଜଳରେ ଫସିଗଲେ ବୁଡ଼ିଯିବା ବଦଳରେ ଏକ ଡଙ୍ଗା ପରି ଭାସି ଆଗକୁ ବଢ଼ିପାରୁଛି । ଚୀନର 'ଜିଲି' କମ୍ପାନୀ ଦ୍ୱାରା ନିର୍ମିତ ଏହି 'ବ୍ୟାଟ୍ଲସିପ୍ ୭୦୦' ନାମକ ଏସୟୁଭିର ପଛପଟେ ଦୁଇଟି ୧୧.୫-ହର୍ସପାୱାର୍ ପ୍ରପେଲର୍ ଲଗାଯାଇଛି, ଯାହା ପାଣି ଭିତରେ କାର୍କୁ ଘଣ୍ଟାପ୍ରତି ପ୍ରାୟ ୬.୪ କିମି ବେଗରେ ଆଗକୁ ଠେଲିବାରେ ସାହାଯ୍ୟ କରିବ । ଏହାସହ ଜଳତଳେ ଜିନିଷପତ୍ର ଚିହ୍ନଟ କରିବା ପାଇଁ ଏଥିରେ ଏକ ସୋନାର୍ ସିଷ୍ଟମ ମଧ୍ୟ ରହିଛି । କମ୍ପାନୀରୂପେ ଏହି ଏସୟୁଭିଟି ପାଣିରେ ପ୍ରାୟ ୪୦ ମିନିଟ୍ ଧରି ଚାଲିପାରିବା ସହିତ ଦୁଇ ଘଣ୍ଟା ପର୍ଯ୍ୟନ୍ତ ପାଣିରେ ଭାସି ରହିପାରିବ ବୋଲି ଜଣାପଡ଼ିଛି । ଏହାକୁ ମନୋରଞ୍ଜନ ନିମନ୍ତେ ନୁହେଁ, ବରଂ ବନ୍ୟା ଭଳି ଜରୁରୀକାଳୀନ ପରିସ୍ଥିତିରେ ଲୋକଙ୍କୁ ନିରାପଦରେ ସ୍ଥାନାନ୍ତର କରିବା ପାଇଁ ଡିଜାଇନ୍ କରାଯାଇଛି । ଚୀନରେ 'ବିୱାଇଡି' ମଧ୍ୟ 'ୟାଙ୍ଗୱାଙ୍ଗ୍ ୟୁ ୮' ନାମକ ଏପରି ଏକ ଭାସମାନ ଏସୟୁଭି ପ୍ରସ୍ତୁତ କରିଛି ।




