ନିଶ ଥିବା ପକ୍ଷୀ

ନିଶ ଥିବା ପକ୍ଷୀ
Ipsita Picture
By: Ipsita
Published On

 

ଦକ୍ଷିଣ ଆମେରିକାର ସମୁଦ୍ର କୂଳରେ ଦେଖାଯାଉଥିବା 'ଇଙ୍କା ଟର୍ଣ୍ଣ' ନାମକ ଏକ ସ୍ୱତନ୍ତ୍ର ପକ୍ଷୀ ଏବେ ନିଜର ଅଦ୍ଭୁତ ଏବଂ ଆକର୍ଷଣୀୟ ନିଶ ଯୋଗୁଁ ଇଣ୍ଟରନେଟ୍ରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଯାହାର ଷ୍ଟାଇଲିସ୍ ଲୁକ୍କୁ ସମସ୍ତେ ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି । ମୁଖ୍ୟତଃ ପେରୁ ଏବଂ ଚିଲିର ପ୍ରଶାନ୍ତ ମହାସାଗରୀୟ ଉପକୂଳବର୍ତ୍ତୀ ଅଞ୍ଚଳରେ ବସବାସ କରୁଥିବା ଏହି ପକ୍ଷୀର ଶରୀର ପାଉଁଶିଆ ରଙ୍ଗର ହୋଇଥିବା ବେଳେ ଏହାର ଥଣ୍ଟ ଉଜ୍ଜଳ ଲାଲ୍-ନାରଙ୍ଗୀ ରଙ୍ଗର ହୋଇଥାଏ । ଏହାର ସବୁଠାରୁ ବଡ଼ ବୈଶିଷ୍ଟ୍ୟ ହେଉଛି ଥଣ୍ଟ ପାଖରୁ ପଛକୁ ମୋଡ଼ି ହୋଇ ରହିଥିବା ଧଳା ରଙ୍ଗର ଲମ୍ବା ନିଶ । ସମୁଦ୍ରର ପଥୁରିଆ ଚଟାଣ ଏବଂ ପାହାଡ଼ର ଫାଟଗୁଡ଼ିକରେ ବଡ଼ ବଡ଼ ଦଳ ବା କଲୋନୀ ଗଠନ କରି ବସା ବାନ୍ଧୁଥିବା ଏହି ପକ୍ଷୀମାନେ ପାଣିରେ ଚମତ୍କାର ଭାବେ ବୁଡ଼ ପକାଇ ଛୋଟ ଛୋଟ ମାଛ ଶିକାର କରିବାରେ ବେଶ୍ ମାହିର ଅଟନ୍ତି । ଏହି ନିଶ ସହ ତାଙ୍କର ସ୍ବର ଅତ୍ୟନ୍ତ ତୀବ୍ର ଓ ଉଚ୍ଚ ହୋଇଥାଏ ଯାହା ଏମାନଙ୍କୁ ଭିଡ ଭିତରେ ଭିନ୍ନ କରିଥାଏ ।

Tags: