ବେଲୁନ୍ବିକାଳୀ ହେଲେ ମଡେଲ୍
ଆଜିକାଲି ସୋସିଆଲ ମିଡିଆ ଏତେ ଶକ୍ତିଶାଳୀ ହୋଇଗଲାଣି ଯେ କେବଳ ଗୋଟିଏ କ୍ଲିକ୍ରେ ହିଁ ଭାଗ୍ୟ ପରିବର୍ତ୍ତନ ହୋଇଯାଉଛି । ରାନୁ ମଣ୍ଡଳ, ବଚପନ କା ପ୍ୟାର ବାଳକ ସହଦେବ ଦିରଦୋ କିମ୍ବା କଚ୍ଚା ବାଦାମ ସିଙ୍ଗର ଭୁବନଙ୍କ ପରି ଲୋକମାନେ ଇଣ୍ଟରନେଟ୍ରେ ହିଁ ରାତାରାତି ଲୋକପ୍ରିୟ ଷ୍ଟାର ପାଲଟିଛନ୍ତି । ଆଉ ଏବେ ତାଲିକାରେ ଆଉ ଜଣଙ୍କ ନାମ ଯୋଡ଼ି ହୋଇଛି । କେରଳର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବେଲୁନ ବିକ୍ରି କରୁଥିବା ଜଣେ ଝିଅ ଏବେ […]
ଆଜିକାଲି ସୋସିଆଲ ମିଡିଆ ଏତେ ଶକ୍ତିଶାଳୀ ହୋଇଗଲାଣି ଯେ କେବଳ ଗୋଟିଏ କ୍ଲିକ୍ରେ ହିଁ ଭାଗ୍ୟ ପରିବର୍ତ୍ତନ ହୋଇଯାଉଛି । ରାନୁ ମଣ୍ଡଳ, ବଚପନ କା ପ୍ୟାର ବାଳକ ସହଦେବ ଦିରଦୋ କିମ୍ବା କଚ୍ଚା ବାଦାମ ସିଙ୍ଗର ଭୁବନଙ୍କ ପରି ଲୋକମାନେ ଇଣ୍ଟରନେଟ୍ରେ ହିଁ ରାତାରାତି ଲୋକପ୍ରିୟ ଷ୍ଟାର ପାଲଟିଛନ୍ତି ।

ଆଉ ଏବେ ତାଲିକାରେ ଆଉ ଜଣଙ୍କ ନାମ ଯୋଡ଼ି ହୋଇଛି । କେରଳର ଜନଗହଳିପୂର୍ଣ୍ଣ ଅଞ୍ଚଳରେ ବେଲୁନ ବିକ୍ରି କରୁଥିବା ଜଣେ ଝିଅ ଏବେ ସୋସିଆଲ ମିଡିଆ ଷ୍ଟାର । ବେଲୁନ ବିକ୍ରି କରୁଥିବା ସମୟରେ ଏହି ଝିଅ ଉପରେ ଜଣେ େୱଡିଂ ଫଟୋଗ୍ରାଫରଙ୍କ ନଜର ପଡ଼ିଥିଲା । ଆଉ ଏବେ ସେ ଜଣେ ମଡେଲରେ ପରିଣତ ହୋଇଛି ଏବଂ ଏହି ଝିଅ ନିଜ ଗ୍ଲାମରସ ଲୁକ୍ ଜରିଆରେ ଇଣ୍ଟରନେଟ୍ ସେନ୍ସେସନ ପାଲଟିଛି । ଖବର ଅନୁଯାୟୀ ଅର୍ଜୁନ କୃଷ୍ଣନ ନାମକ ଜଣେ ଫଟୋଗ୍ରାଫର କେରଳର ଅଡାଲୁର କାବୁ ଫାଷ୍ଟୱଲରେ ଏହି ଝିଅକୁ ଦେଖିଥିଲେ ।

ସେଠାରେ ତାଙ୍କର ଫଟୋ କ୍ଲିକ୍ କରିଥିଲେ । ଏହି ଝିଅର ନାମ କିସବୁ, ଯିଏ ରାଜସ୍ଥାନର ବୋଲି ଜଣାପଡ଼ିଛି ଏବଂ କେରଳରେ ବେଲୁନ ବିକ୍ରି କରିଥାଏ । ଫଟୋଗ୍ରାଫର ଅର୍ଜୁନ ସୋସିଆଲ ମିଡିଆରେ କିସବୁର ଫଟୋ ସେୟାର କରିବା ପରେ କ୍ଷୀପ୍ରଗତିରେ ପୋଷ୍ଟଟି ଭାଇରାଲ ହୋଇଥିଲା ।

ଏହାପରେ କିସ୍ବୁଙ୍କ ମେକଓଭର୍ ରେମୟା ନାମକ ଜଣେ ଷ୍ଟାଇଲିଷ୍ଟ କରିଥିଲେ । ଏହି ଟ୍ରାଡିସନାଲ ମେକଓଭର୍ରେ କିସବୁ ଶାଢ଼ି ଏବଂ ଲାଲ ରଙ୍ଗର ବ୍ଲାଉଜ୍ ପିନ୍ଧିଥିବା ନଜର ଆସୁଛନ୍ତି । ଏହି ଫଟୋସୁଟ୍ ପରେ ମିଳିଥିବା ପ୍ରତିକ୍ରିୟାରୁ ଅର୍ଜୁନ ବହୁତ ଉତ୍ସାହିତ ଏବଂ ଖୁସି ଅଛନ୍ତି, କାରଣ ତାଙ୍କ କହିବା ଅନୁଯାୟୀ, ସେ କାହାର ଜୀବନରେ ପରିବର୍ତ୍ତନ ଆଣିବାରେ ସଫଳ ହୋଇଛନ୍ତି ।




