ନିଃଶ୍ୱାସରେ ବିଜୁଳି
ବୈଜ୍ଞାନିକଙ୍କୁ ଏଭଳି ବ୍ୟାକ୍ଟେରିଆ ମିଳିଛି ଯିଏ ନିଃଶ୍ୱାସରେ ବିଜୁଳି ଉତ୍ପାଦନ କରୁଛି । ଏହି ବ୍ୟାକ୍ଟେରିଆଟି ଆଗକୁ ବାୟୋଟେକ୍ନୋଲୋଜି ଏନର୍ଜି ଇଣ୍ଡଷ୍ଟ୍ରୀ ପାଇଁ ଏକ ବିପ୍ଳବ ହେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ରାଇସ୍ ୟୁନିଭର୍ସିଟିର କିଛି ଗବେଷକ ଏଭଳି ଏକ ବ୍ୟାକ୍ଟେରିଆର ଉଦ୍ଭାବନ କରିଛନ୍ତି ଯାହା ନିଃଶ୍ୱାସ ନେବା ସମୟରେ ବିଜୁଳି ଉତ୍ପାଦନ କରୁଛି, ଯାହା ପ୍ରାକୃତିକ ଉପାୟରେ ହେଉଥିବା ଜଣା ପଡିଛି । ଏହି ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟାକେଫରିଆ ନିଃଶ୍ୱାସରେ ଅମ୍ଲଜାନ ପରିବର୍ତ୍ତେ […]
ବୈଜ୍ଞାନିକଙ୍କୁ ଏଭଳି ବ୍ୟାକ୍ଟେରିଆ ମିଳିଛି ଯିଏ ନିଃଶ୍ୱାସରେ ବିଜୁଳି ଉତ୍ପାଦନ କରୁଛି । ଏହି ବ୍ୟାକ୍ଟେରିଆଟି ଆଗକୁ ବାୟୋଟେକ୍ନୋଲୋଜି ଏନର୍ଜି ଇଣ୍ଡଷ୍ଟ୍ରୀ ପାଇଁ ଏକ ବିପ୍ଳବ ହେବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି । ରାଇସ୍ ୟୁନିଭର୍ସିଟିର କିଛି ଗବେଷକ ଏଭଳି ଏକ ବ୍ୟାକ୍ଟେରିଆର ଉଦ୍ଭାବନ କରିଛନ୍ତି ଯାହା ନିଃଶ୍ୱାସ ନେବା ସମୟରେ ବିଜୁଳି ଉତ୍ପାଦନ କରୁଛି, ଯାହା ପ୍ରାକୃତିକ ଉପାୟରେ ହେଉଥିବା ଜଣା ପଡିଛି । ଏହି ପ୍ରକ୍ରିୟାରେ ସମ୍ପୃକ୍ତ ବ୍ୟାକେଫରିଆ ନିଃଶ୍ୱାସରେ ଅମ୍ଲଜାନ ପରିବର୍ତ୍ତେ ଇଲେକଟ୍ରୋନ ନିର୍ଗତ କରୁଛି । ପ୍ରାୟତଃ ବ୍ୟାକ୍ଟେରିଆ ବଞ୍ଚିବା ପାଇଁ ହେଉ କିମ୍ବା ମେଟାବଲିଜିମ ପାଇଁ ହେଉ ଅମ୍ଲଜାନର ବ୍ୟବହାର କରିଥାଆନ୍ତି । ହେଲେ ଏଭଳି କିଛି ବ୍ୟାକ୍ଟେରିଆ ଅଛନ୍ତି ଯେଉଁମାନେ ଇଲେକ୍ଟ୍ରୋନକୁ ବାହାର ବାୟୁମଣ୍ଡଳକୁ ନିର୍ଗତ କରିଥାଆନ୍ତି । ଏହି ପ୍ରକ୍ରିୟାକୁ ବୈଜ୍ଞାନିକ ଭାଷାରେ ଏକ୍ସଷ୍ଟ୍ରାସେଲୁଲାର ରେସ୍ପିରେସନ କୁହାଯାଇଥାଏ । ଏଭଳି ବ୍ୟାକ୍ଟେରିଆଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିଭିନ୍ନ ପରୀକ୍ଷଣ ପାଇଁ ବ୍ୟବହାର କରିହେବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।




