୨ ହଜାର ବର୍ଷ ତଳର ଫ୍ରିଜ !

୨ ହଜାର ବର୍ଷ ତଳର ଫ୍ରିଜ !
Ipsita Picture
By: Ipsita


ମାଟିତଳେ ଅନେକ ସମୟରେ ବିଭିନ୍ନ ପ୍ରକାରର ସାମଗ୍ରୀ ମିଳୁଛି ଯାହା ବହୁତ ପୁରୁଣା । ହେଲେ ବର୍ତ୍ତମାନ ଜର୍ମାନୀର ଏକ ସହରରେ ମାଟିତଳୁ ୨ହଜାର ବର୍ଷ ତଳର ଏକ ଫ୍ରିଜ ମିଳିଛି । ବାସ୍ତବରେ ଏହା ଆଜିକାଲି ବ୍ୟବହାର ହେଉଥିବା ଫ୍ରିଜ ନୁହେଁ ବରଂ ଏହା ଏକ ପ୍ରାଚୀନ ରୋମନ କୁଲିଂ ପିଟ । ଏହାକୁ ଖାଦ୍ୟ ପଦାର୍ଥକୁ ତାଜା ରଖିବାକୁ ବ୍ୟବହାର କରାଯାଉଥିଲା । ତେବେ ପୂର୍ବକାଳରେ ଏକ ବଡ ଗାତକୁ ଫ୍ରିଜ ଭଳି ବ୍ୟବହାର କରାଯାଉଥିଲା । ଯେଉଁଥିରେ ମାଟି, ପଥର, ବାଲି ପଶାଯାଇ ପରସ୍ତ ପରସ୍ତ କରାଯାଇଥାଏ । ଯାହାଫଳରେ ଏହି ସବୁ ପରସ୍ତ କାରଣରୁ ଥଣ୍ଡା ଦିନେ ଖାଦ୍ୟ ସତେଜ ରଖିବାକୁ କାମ ଆସିଥାଏ । ଖନନ କରୁଥିବା ଟିମକୁ ଲାଲ ରଙ୍ଗର ଏକ ବାସନର ଖଣ୍ଡ ମଧ୍ୟ ମିଳିଛି, ଯାହା ଖୁବ ଲଗଜୁରୀ ବାସନ । ତେଣୁ ସେତେବେଳେ ଲୋକମାନେ ଖୁବ ବିଳାସପୂର୍ଣ୍ଣ ଜୀବନ ବ୍ୟତିତ କରୁଥିଲେ ବୋଲି ଜଣା ପଡିଛି ।

Read More ଦୁଗ୍ଧରୁ ପ୍ରସ୍ତୁତ ହେବ ପୋଷାକ

Tags: