ସତରଶହ ବର୍ଷ ପୁରୁଣା କବର
ୟୁରୋପୀୟ ଦେଶ ବୁଲଗାରିଆର ଏକ ସହରରେ ଗୋଟିଏ ଆପାର୍ଟମେଣ୍ଟ ଏବଂ ପାର୍କିଂ ପାଇଁ ଜମି ଖୋଳାଯାଉଥିବା ସମୟରେ ପ୍ରାୟ ୧୭୫୦ ବର୍ଷ ପୁରୁଣା ଏକ ଶିଶୁର କବର ମିଳିଛି । ତେବେ ଏହି କବରରୁ 'ଅନ୍ୟ ଏକ ଦୁନିଆର ଟିକେଟ୍' ବୋଲି କୁହାଯାଉଥିବା ସୁନା କାନଫୁଲ ଓ ବ୍ରୋଞ୍ଜ ମୁଦ୍ରା ମଧ୍ୟ ମିଳିଛି । ଏହି ସ୍ଥାନରୁ ପ୍ରାୟ ୩୦୦ ବର୍ଷ ଧରି ବ୍ୟବହୃତ ହେଉଥିବା ଏକ କବରସ୍ଥାନର ସନ୍ଧାନ ମଧ୍ୟ ମିଳିଛି, ଯେଉଁଥିରେ ମୋଟ ୧୩୫ଟି କବର ରହିଛି । କବରରୁ ମିଳିଥିବା ବ୍ରୋଞ୍ଜ ମୁଦ୍ରା ଖ୍ରୀଷ୍ଟାବ୍ଦ ୨୭୪ କିମ୍ବା ୨୭୫ ମସିହାର ବୋଲି ଜଣାପଡ଼ିଛି । ପ୍ରାଚୀନ ଗ୍ରୀକ୍ ଏବଂ ରୋମାନ୍ ବିଶ୍ୱାସ ଅନୁଯାୟୀ 'ଚାରୋନ୍' ନାମକ ନାବିକ ମୃତକଙ୍କ ଆତ୍ମାକୁ ପରଲୋକ ବା ଅନ୍ୟ ଦୁନିଆକୁ ନେବା ପାଇଁ ଭଡା ସ୍ୱରୂପ ଏହି ମୁଦ୍ରାକୁ ମୃତକଙ୍କ ସହ କବର ଦିଆଯାଉଥିଲା । ପ୍ରତ୍ନତତ୍ତ୍ୱବିତ୍ମାନଙ୍କ ଅନୁମାନ ଅନୁଯାୟୀ, ଶିଶୁଟିର ମୃତ୍ୟୁ ମଧ୍ୟ ସେହି ସମୟରେ ହୋଇଥିବ ଏବଂ କବରରେ ରଖାଯାଇଥିବା ଏହି ମୁଦ୍ରା ସେହି ପ୍ରାଚୀନ ପରମ୍ପରାର ହିଁ ଏକ ଅଂଶ ହୋଇପାରେ ।
Tags:




