ମିଳିଲା ୯୦୦ ବର୍ଷ ପୁରୁଣା ଧର୍ମଯୁଦ୍ଧର ଖଣ୍ଡା

ଇସ୍ରାଏଲ: ଅକ୍‌ଟୋବର ୨୦: ଇସ୍ରାଏଲର ସମୁଦ୍ର ଭିତରୁ ଏକ ୯୦୦ ବର୍ଷ ପୁରୁଣା ଖଣ୍ଡା ମିଳିଛି । ଏହି ଖଣ୍ଡାଟିକୁ ଇସ୍ରାଏଲର ଜଣେ ବୁଡ଼ାଳି ଆବିଷ୍କାର କରିଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ଐତିହାସିକ ଖଣ୍ଡା ଧର୍ମଯୁଦ୍ଧ ସମୟରେ ଯୁଦ୍ଧ କରିଥିବା ଜଣେ ସୈନିକଙ୍କର ହୋଇପାରେ । ସୂଚନା ଅନୁଯାୟୀ ଶ୍ଲୋମି କାଟଜିନ ନାମକ ଜଣେ ବ୍ୟକ୍ତି ଏହି ଖଣ୍ଡାକୁ ପାଇଛନ୍ତି । ସମୁଦ୍ରରେ ବୁଡ଼ା ମାରୁଥିବା ସମୟରେ ଯେତେବେଳେ ୨୦୦ ମିଟର ଗଭୀର […]

Samaya Live Picture
Published On

ଇସ୍ରାଏଲ: ଅକ୍‌ଟୋବର ୨୦: ଇସ୍ରାଏଲର ସମୁଦ୍ର ଭିତରୁ ଏକ ୯୦୦ ବର୍ଷ ପୁରୁଣା ଖଣ୍ଡା ମିଳିଛି । ଏହି ଖଣ୍ଡାଟିକୁ ଇସ୍ରାଏଲର ଜଣେ ବୁଡ଼ାଳି ଆବିଷ୍କାର କରିଛନ୍ତି । ଏକ ରିପୋର୍ଟରେ କୁହାଯାଇଛି ଯେ, ଏହି ଐତିହାସିକ ଖଣ୍ଡା ଧର୍ମଯୁଦ୍ଧ ସମୟରେ ଯୁଦ୍ଧ କରିଥିବା ଜଣେ ସୈନିକଙ୍କର ହୋଇପାରେ ।

ମିଳିଲା ୯୦୦ ବର୍ଷ ପୁରୁଣା ଧର୍ମଯୁଦ୍ଧର ଖଣ୍ଡା

ସୂଚନା ଅନୁଯାୟୀ ଶ୍ଲୋମି କାଟଜିନ ନାମକ ଜଣେ ବ୍ୟକ୍ତି ଏହି ଖଣ୍ଡାକୁ ପାଇଛନ୍ତି । ସମୁଦ୍ରରେ ବୁଡ଼ା ମାରୁଥିବା ସମୟରେ ଯେତେବେଳେ ୨୦୦ ମିଟର ଗଭୀର ଜଳକୁ ଯାଇଥିଲେ, ସେତେବେଳେ ସେ ଏକ ଅଜବ ଖଣ୍ଡାକୁ ଦେଖିଥିଲେ । ଖଣ୍ଡାଟି ବହୁତ ପୁରୁଣା ଥିଲା । ଏହାପରେ କାଟଜିନ ସମୁଦ୍ରରୁ ଖଣ୍ଡାକୁ ବାହାର କରି ଇସ୍ରାଏଲ ପ୍ରାଚୀନ ପ୍ରାଧିକରଣ (ଆଇଏଏ)କୁ ନେଇଥିଲେ ।

ଏଥିରେ ଅନେକ ଜିନିଷର ଅବଶିଷ୍ଟାଂଶ ଲାଗି ରହିଥିଲା, ଯେଉଁଥିରୁ ସ୍ପଷ୍ଟ ହୋଇଥିଲା ଯେ ଏହା ଧର୍ମଯୁଦ୍ଧ ସମୟର ଖଣ୍ଡା । ଆଇଏଏର ଅଧିକାରୀଙ୍କ କହିବା ଅନୁଯାୟୀ ଏହା ଏକ ସୁନ୍ଦର ଏବଂ ବିରଳ ଖଣ୍ଡା । ଏଥିରେ ଏକ ମିଟର ଲମ୍ବା ବ୍ଲେଡ୍‌ ଏବଂ ୩୦ ସେମିର ହ୍ୟାଣ୍ଡେଲ ମଧ୍ୟ ରହିଛି ।

ମିଳିଲା ୯୦୦ ବର୍ଷ ପୁରୁଣା ଧର୍ମଯୁଦ୍ଧର ଖଣ୍ଡା
The hilt of the sword found on the seabed off the Carmel coast

ପ୍ରତ୍ନତତ୍ତ୍ୱ ବିଭାଗ ସହ ଜଡ଼ିତ ଅଧିକାରୀମାନେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଖଣ୍ଡା ଧାର୍ମିକ ଯୁଦ୍ଧ ସମୟରେ ଜଣେ ଯୋଦ୍ଧାଙ୍କର ବୋଲି ଅନୁମାନ କରାଯାଉଛି । ଏବେ ସେହି ଖଣ୍ଡା ଉପରେ ଅଧିକ ଅଧ୍ୟୟନ କରାଯାଉଛି ।