୬୦୦ ବର୍ଷ ପୁରୁଣା ଜାହାଜ

୬୦୦ ବର୍ଷ ପୁରୁଣା ଜାହାଜ
Ipsita Picture
By: Ipsita
Published On

 

ଡେନମାର୍କର ବୈଜ୍ଞାନିକମାନେ ସମୁଦ୍ର ଗଭୀରତାରେ ଏପର୍ଯ୍ୟନ୍ତ ସବୁଠାରୁ ବଡ଼ ମଧ୍ୟଯୁଗୀୟ 'କୋଗ୍' ଜାହାଜ ଆବିଷ୍କାର କରିଛନ୍ତି, ଯାହା ପ୍ରାୟ ୬୦୦ ବର୍ଷ ପୁରୁଣା ବୋଲି ଜଣାପଡିଛି । ଏହା ଡେନମାର୍କ ଓ ସ୍ୱିଡେନ ମଧ୍ୟରେ ଥିବା ଓରେସଣ୍ଡ ଷ୍ଟ୍ରେଟ୍‌ର ୧୩ ମିଟର ଗଭୀରତାରୁ ମିଳିଛି । 'ସ୍କେଲଡ-ୟାଥ ୨' ନାମକ ଏହି ଜାହାଜର ଲମ୍ବ ପ୍ରାୟ ୨୮ ମିଟର, ଓସାର ୯ ମିଟର ଏବଂ ଏହା ୩୦୦ ଟନ୍ ସାମଗ୍ରୀ ପରିବହନ କରିବାକୁ ସକ୍ଷମ ଥିଲା । ବିଶେଷ କଥା ହେଉଛି ଏହାର ବାହ୍ୟ ଅଂଶ ପୋଲାଣ୍ଡର ଓକ୍ କାଠରେ ଏବଂ ଢାଞ୍ଚା ନେଦରଲ୍ୟାଣ୍ଡରେ ତିଆରି କରାଯାଇଥିଲା । ଏହି ଜାହାଜର ଅଧିକାଂଶ ଅଂଶ ଏବେ ମଧ୍ୟ ସୁରକ୍ଷିତ ମିଳିଛି, ଯେଉଁଥିରେ ଦଉଡି, ଫିଟିଙ୍ଗ୍ସ, 'ଡେଡ୍ ଆଇ' ପରି ଯନ୍ତ୍ରାଂଶ ସମେତ ଇଟାର ରୋଷେଇ ଶାଳ, ବାସନକୁସୁନ, ଜୋତା ଏବଂ ପାନିଆ ପରି ଜିନିଷ ମଧ୍ୟ ଉଦ୍ଧାର କରାଯାଇଛି । ଏହା ସେତେବେଳେର ଇତିହାସ ସମ୍ପର୍କରେ ଆହୁରି ଅନେକ ତଥ୍ୟ ପ୍ରଦାନ କରିବ ବୋଲି ଜଣାପଡିଛି ।

Tags: