୧୯ ଦିନରେ  ୫୭ ମହଲା

୧୯ ଦିନରେ  ୫୭ ମହଲା
Ipsita Picture
By: Ipsita
Published On

 

ଅନେକ ସମୟରେ ଚୀନ ଏଭଳି କିଛି କାର୍ଯ୍ୟ କରିଥାଏ, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ । ସେହିକ୍ରମରେ ବର୍ତ୍ତମାନ ଚୀନ୍ମାତ୍ର ୧୯ ଦିନ ଭିତରେ ଏକ ୫୭ ମହଲା ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ କରି ସାରା ବିଶ୍ୱକୁ ଚକିତ କରିଛି । ଯାହାକୁ ମଡ୍ୟୁଲାର କନ୍ଷ୍ଟ୍ରକସନଜ୍ଞାନକୌଶଳ ସାହାଯ୍ୟରେ ପ୍ରସ୍ତୁତ କରାଯାଇଛି । ଏହି ଅତ୍ୟାଧୁନିକ ପ୍ରଣାଳୀରେ ବିଲ୍ଡିଂର ବଡ଼ ବଡ଼ ଅଂଶଗୁଡ଼ିକୁ ପ୍ରଥମେ ଫ୍ୟାକ୍ଟ୍ରିରେ ତିଆରି କରାଯାଇଥାଏ ଏବଂ ପରେ ସେଗୁଡ଼ିକୁ ନିର୍ମାଣ ସ୍ଥଳକୁ ଆଣି ଅତି ଦ୍ରୁତ ଗତିରେ ପରସ୍ପର ସହ ଯୋଡ଼ା ଯାଇଥାଏ । ଯାହାଦ୍ୱାରା କେବଳ ନିର୍ମାଣ ସମୟ କମି ନଥାଏ, ବରଂ ପ୍ରକଳ୍ପର ଖର୍ଚ୍ଚ ଓ ବର୍ଜ୍ୟବସ୍ତୁ ମଧ୍ୟ ହ୍ରାସ ପାଇଥାଏ ।  ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ଶୀଘ୍ର ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ଭୂକମ୍ପ ନିରୋଧୀ ବୈଷୟିକ ଜ୍ଞାନକୌଶଳରେ ଡିଜାଇନ୍ କରାଯାଇଛି । ଯେଉଁଥିରେ ଅତି ଶକ୍ତିଶାଳୀ ଢାଞ୍ଚା ସହିତ ସକ୍ ଅବ୍ଜର୍ବିଂ ସିଷ୍ଟମ୍’  ଲଗାଯାଇଛି । ଯାହା ବର୍ତ୍ତମାନ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

Tags: