ଭାରତର ପଞ୍ଚ ବୀରାଙ୍ଗନା, ଯିଏ ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ

ଭାରତର ସ୍ୱାଧୀନତା ସଂଗ୍ରାମରେ ବହୁ ବୀରପୁରୁଷ ଯୋଗ ଦେଇଥିବା କଥା ଆପଣମାନେ ଜାଣିଥିବେ । ହେଲେ ଏହି ସଂଗ୍ରାମରେ ଭାରତୀୟ ମହିଳାଙ୍କ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହି ସମୟରେ ପୁରୁଷମାନେ ନିଜ ଦେଶକୁ ଗୋରାମାନଙ୍କ କବଳରୁ ରକ୍ଷା କରିବା ପାଇଁ ସ୍ୱଇଚ୍ଛାରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇପାରୁଥିଲେ । ଯାହା ମହିଳାମାନଙ୍କ ପାଇଁ କଷ୍ଟକର ଥିଲା । ସମାଜର କୁସଂସ୍କାର, ଋଢ଼ିବାଦ ପ୍ରଥା , ମହିଳାଙ୍କୁ ନେଇ କେତେକ ନିୟମ ଆଦିର ବେଡ଼ିକୁ […]

Samaya Live Picture
Published On

ଭାରତର ସ୍ୱାଧୀନତା ସଂଗ୍ରାମରେ ବହୁ ବୀରପୁରୁଷ ଯୋଗ ଦେଇଥିବା କଥା ଆପଣମାନେ ଜାଣିଥିବେ । ହେଲେ ଏହି ସଂଗ୍ରାମରେ ଭାରତୀୟ ମହିଳାଙ୍କ ମଧ୍ୟ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହି ସମୟରେ ପୁରୁଷମାନେ ନିଜ ଦେଶକୁ ଗୋରାମାନଙ୍କ କବଳରୁ ରକ୍ଷା କରିବା ପାଇଁ ସ୍ୱଇଚ୍ଛାରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇପାରୁଥିଲେ । ଯାହା ମହିଳାମାନଙ୍କ ପାଇଁ କଷ୍ଟକର ଥିଲା । ସମାଜର କୁସଂସ୍କାର, ଋଢ଼ିବାଦ ପ୍ରଥା , ମହିଳାଙ୍କୁ ନେଇ କେତେକ ନିୟମ ଆଦିର ବେଡ଼ିକୁ ଭାଙ୍ଗି ଜଣେ ମହିଳା ସ୍ୱଇଚ୍ଛାରେ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେବାକୁ ପଡ଼ୁଥିଲା । ଏହାସତ୍ତେ୍ୱ ବହୁ ବୀରାଙ୍ଗନା ମାତୃଭୂମି ପ୍ରେମରେ ନିଜ ଜୀବନକୁ ବାଜି ଲଗାଇ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ।

କମଳାଦେବୀ ଚଟ୍ଟୋପାଧ୍ୟୟ-

ଭାରତର ପଞ୍ଚ ବୀରାଙ୍ଗନା, ଯିଏ ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ

ସ୍ୱାଧୀନତା ସଂଗ୍ରାମରେ କମଲାଦେବୀଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ଜଣେ ଚିନ୍ତକ ଭାବରେ ସେ ଭାରତୀୟମାନଙ୍କ ହୃଦୟରେ ଏବେ ମଧ୍ୟ ଜୀବିତ ରହିଛନ୍ତି । କମଲଦେବୀ ହିଁ ମହାତ୍ମା ଗାନ୍ଧୀଙ୍କୁ ସତ୍ୟଗ୍ରହରେ ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବାକୁ ଅନୁରୋଧ କରିଥିଲେ । ଦେଶ ସ୍ୱାଧୀନତା ପର୍ଯ୍ୟନ୍ତ କମଲାଦେବୀ ଅନେକ ଥର ଜେଲ ଯାଇଥିଲେ । କେତେବେଳେ ଲବଣ ସତ୍ୟାଗ୍ରହରେ ଯୋଗ ଦେଇ, ଆଉ କେତେବେଳେ ଭାରତ ଛାଡ଼ ଆନ୍ଦୋଳନରେ ଭାଗ ନେଇ ସେ ବହୁବାର କାରାବାସ ହୋଇଛନ୍ତି ।

୧୯୨୮ ମସିହାରେ କମଲାଦେବୀ ଅଲ ଇଣ୍ଡିଆ କଂଗ୍ରେସ କମିଟିରୁ ନିର୍ବାଚିତ ହୋଇଥିଲେ ଏବଂ ୧୯୩୬ ମସିହାରେ କଂଗ୍ରେସ ସମାଜବାଦୀ ଦଳର ସଭାପତି ହୋଇଥିଲେ । ଏହା ପରେ, ୧୯୪୨ ମସିହାରେ ଅଲ ଇଣ୍ଡିଆ ମହିଳା ସମ୍ମିଳନୀର ସଭାପତି ହୋଇ ସେ ମହିଳାମାନଙ୍କୁ ମାତୃତ୍ୱ ଛୁଟି ଦେବା ଏବଂ ସେମାନଙ୍କର ବେତନ ପ୍ରାପ୍ତ ଶ୍ରମକୁ ଅଣଦେଖା ନକରିବା ବିଷୟରେ କହିଥିଲେ ।

ସରୋଜିନୀ ନାଇଡ଼ୁ-

ଭାରତର ପଞ୍ଚ ବୀରାଙ୍ଗନା, ଯିଏ ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ

ଇତିହାସରେ ଭାରତର କୋକିଲା ନାମରେ ବିଦିତ ସରୋଜିନୀ ନାଇଡ଼ୁ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ । ସେ ସମାଜର ଅନ୍ଧବିଶ୍ୱାସ ଓ କୁପ୍ରଥା ସହିତ ଲଢ଼ି ମହିଳାମାନଙ୍କୁ ମାତୃଭୂମିର ସ୍ୱାଧୀନତା ସଂଗ୍ରାମରେ ଯୋଗ ପାଇଁ ଆହ୍ୱାନ କରୁଥିଲେ । ରାଜନୀତି ଛଡ଼ା ସାହିତ୍ୟ କ୍ଷେତ୍ରରେ ତାଙ୍କର ପ୍ରଗାଢ଼ ଜ୍ଞାନ ଥିଲା । ସେ ମହିଳାମାନଙ୍କ ସଂଘର୍ଷ ବିଷୟରେ ବହୁ ପୁସ୍ତକମାନ ଲେଖିଛନ୍ତି । ଜାଲିଆନାୱାଲା ବାଗ ହତ୍ୟାକାଣ୍ଡକୁ ବିରୋଧ କରି ସେ ‘କେଶର-ଇ-ହିନ୍ଦ୍‌’ ସମ୍ମାନକୁ ସମ୍ମାନର ସହିତ ଫେରାଇ ଦେଇଥିଲେ । ଭାରତ ସ୍ୱାଧୀନତା ପରେ ସେ ଉତ୍ତରପ୍ରଦେଶର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ ।

ଭିକାଜୀ କାମା-

ଭାରତର ପଞ୍ଚ ବୀରାଙ୍ଗନା, ଯିଏ ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ

ଭାରତୀୟ ମହିଳା ସ୍ୱାଧୀନତା ସଂଗ୍ରାମ ସେନାନୀଙ୍କ ମଧ୍ୟରେ ଭିକାଜୀ କାମା ଅବଦାନ ଅନ୍ୟତମ । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ବିଦେଶରେ ଭାରତୀୟ ପତାକା ଉତ୍ତୋଳନ କରିଥିଲେ । ସେତେବେଳେ ଭାରତ ସ୍ୱାଧୀନ ପାଇନଥିଲା ଏବଂ ଭାରତରେ ବ୍ରିଟିଶ ପତାକା ବ୍ୟବହାର କରାଯାଉଥିଲା । ସେ ଏହାକୁ ଗ୍ରହଣ କରିନଥିଲେ ତେଣୁ ସେ ନିଜେ ଭାରତ ପାଇଁ ଏକ ତ୍ରିରଙ୍ଗ ପ୍ରସ୍ତୁତ କରିଥିଲେ ଏବଂ ଉତ୍ତୋଳନ କରିଥିଲେ । ଭିକାଜୀ ଅସୁସ୍ଥତା ହେତୁ ଭାରତରୁ ୩୩ ବର୍ଷ ଦୂରରେ ରହିଲେ, କି;ୁ ମନରେ ତାଙ୍କର ଭାରତ ସ୍ୱାଧୀନତାର ସ୍ୱପ୍ନ ଅକ୍ଷୁର୍ଣ୍ଣ ରହିଥିଲା । ସେ ୟୁରୋପର ବିଭିନ୍ନ ଦେଶକୁ ଯାଇ ଭାରତର ସ୍ୱାଧୀନତା ପାଇଁ ସ୍ଲୋଗାନ ଦେଇଥିଲେ । ସେ ‘ପ୍ୟାରିସ୍‌ ଇଣ୍ଡିଆନ୍‌ ସୋସାଇଟି’ ପ୍ରତିଷ୍ଠା କରିଥିଲେ ଏବଂ ସେ ‘ବନ୍ଦେ ମାତରମ୍‌’ ନାମକ ଏକ ସ୍ୱାଧୀନତା ପ୍ରସଙ୍ଗ ବିଶିଷ୍ଟ ପତ୍ରିକା ପ୍ରକାଶ କରିଥଲେ ।

ଆନି ବେସାନ୍ତ-

ଭାରତର ପଞ୍ଚ ବୀରାଙ୍ଗନା, ଯିଏ ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ

ଲଣ୍ଡନରେ ଜନ୍ମିତ ଆନି ବେସାନ୍ତ ୧୮୯୩ ମସିହାରେ ଭାରତ ଆସିବା ପରେ ସେ ଭାରତ ପ୍ରେମରେ ପଡ଼ିଯାଇଥିଲେ । ଭାରତର କଳା, ସାହିତ୍ୟ, ସଂସ୍କତି ଓ ବୀର ଐତିହ୍ୟ ତାଙ୍କୁ ବହୁତ ଆକର୍ଷିତ କରିଥିଲା । ୧୯୧୭ ମସିହାରେ ବେସାନ୍ତ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ହୋଇଥିଲେ । ଭାରତରେ ପ୍ରଚଳିତ ଅନ୍ଧବିଶ୍ୱାସ ଓ କୁପ୍ରଥା ରୋକିବା ପାଇଁ ଏବଂ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ପାଇଁ ସେ ‘ବ୍ରଦର୍ସ ଅଫ୍‌ ସର୍ଭିସ’ ନାମକ ଏକ ସଙ୍ଗଠନ ପ୍ରତିଷ୍ଠା କରିଥିଲେ । ଉକ୍ତ ସଙ୍ଗଠନ ବାଲ୍ୟ ବିବାହ ଏବଂ ଜାତିଭେଦ ଭଳି ପ୍ରସଙ୍ଗକୁ ଦୃଢ଼ ସମାଲୋଚନା କରିଥୁଲା । ସେ ‘ନୁ୍ୟ ଇଣ୍ଡିଆ’ ଖବରକାଗଜ ମାଧ୍ୟମରେ ଭାରତରେ ବ୍ରିଟିଶ ସରକାରକୁ ବିରୋଧ କରୁଥିଲେ ଏବଂ ଭାରତକୁ ସ୍ୱାଧୀନ କରିବାକୁ ଦାବି କରିଥିଲେ । ବେସାନ୍ତ ୧୯୧୬ ମସିହାରେ ଭାରତରେ ‘ହୋମ୍‌ ରୁଲ୍‌ ମୁଭ୍‌ମେଣ୍ଟ’ ବା ଗୃହ ନିୟମ ଆନ୍ଦୋଳନ ଆରମ୍ଭ କରିଥିଲେ ।

ଅରୁଣା ଅସଫ ଅଲି-

ଭାରତର ପଞ୍ଚ ବୀରାଙ୍ଗନା, ଯିଏ ଇଂରେଜ ଶାସନକୁ ଦୋହଲାଇ ଦେଇଥିଲେ

ଅରୁଣା ଅସଫ ଅଲି ଭାରତ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ । ସେ ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ ମଇଦାନରେ ଭାରତୀୟ ଜାତୀୟ କଂଗ୍ରେସ ପତାକା ଉତ୍ତୋଳନ କରି ଭାରତ ସ୍ୱାଧୀନତା ଭାବକୁ ଯୁବକମାନଙ୍କ ମଧ୍ୟରେ ବୃଦ୍ଧି କରାଇଥିଲେ । ୧୯୩୦ ମସିହାର ଲବଣ ସତ୍ୟଗ୍ରହରେ ଅରୁଣା ବଡ଼ ସମାବେଶକୁ ସମ୍ବୋଧିତ କରିଥିଲେ । ଏଥିପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା । ୧୯୩୨ ମସିହାରେ କାରାଗାବାସରେ ଥିବାବେଳେ ସେ କଏଦୀମାନଙ୍କ ପ୍ରତି ହେଉଥିବା ଅସଦାଚରଣକୁ ବିରୋଧ କରି ଅନସନ କରିଥିଲେ । ଅରୁଣାଙ୍କୁ ଭାରତୀୟ ସ୍ୱାଧୀନତା ସଂଗ୍ରାମର ‘ଗ୍ରାଣ୍ଡ ଓଲ୍‌ଡ ଲେଡି’ ଭାବ ନାମିତ କରାଯାଇଛି ।