ଗୁଡି ଉଡାଇଲେ ୫୦ ଲକ୍ଷ ଜରିମାନା
By: Ipsita
ସମ୍ବନ୍ଧିତ ଖବର ସନ୍ଧ୍ୟାରେ ବାହାରିଥିଲା ପ୍ରଥମ ପ୍ୟାରେଡ୍
ସାଧାରଣତଃ ଏହିଦିନେ ସମସ୍ତେ ଗୁଡି ଉଡାଇ ଥାଆନ୍ତି । ଏହି ଦିନେ ବିଭିନ୍ନ ଅଞ୍ଚଳର ଆକାଶରେ ଗୁଡି ଉଡୁଥିବାର ଦେଖଇବାକୁ ମିଳିଥାଏ। ତେବେ ପାକିସ୍ତାନର ପଞ୍ଜାବରେ ଗୁଡି ଉଡାଇବାକୁ ସଙ୍ଗୀନ ଅପରାଧ ଭାବେ ଘୋଷଣା କରାଯାଇଛି । ଏଠାରେ ବର୍ତ୍ତମାନ ଗୁଡି ଉଡାଇଲେ ଖୁବ ଅଧିକମାତ୍ରାରେ ଜରିମାନା ଦେବାକୁ ହେବ । ଏହି ଜରିମାନା ୫୦ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚିପାରେ ଏହାସହ ଉକ୍ତ ବ୍ୟକ୍ତିଙ୍କୁ ଜେଲ ମଧ୍ୟ ଯିବାକୁ ପଡିପାରେ ବୋଲି ନୂଆ ନିୟମ ଲାଗୁ କରାଯାଇଛି । ଏହା ପଛରେ ମୁଖ୍ୟ କାରଣ ଗୁଡିରେ ବ୍ୟବହାର କରାଯାଉଥିବା ସୂତା । କାରଣ ବର୍ତ୍ତମାନ ଗୁଡି ସୂତାରେ କେମିକାଲ ସହିତ କାଚକୁ ବ୍ୟବହାର କରାଯାଉଛି, ଯାହା ଅନେକ ଲୋକଙ୍କର ପ୍ରାଣ ନେବାର ଘଟଣା ସାମନାକୁ ଆସୁଛି । ଗୁଡି କଟିଯିବାପରେ ଓହଳି ରହୁଥିବା ସୂତା କାରଣରୁ ପକ୍ଷୀଙ୍କ ସମେତ ମଣିଷଙ୍କ ଜୀବନ ଯାଉଛି । ତେଣୁ ଏହାକୁ ରୋକିବାକୁ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ।
ସମ୍ବନ୍ଧିତ ଖବର ଜାତୀୟ ପର୍ଯ୍ୟଟନ ଦିବସ
Tags:



