୫ ଫୁଟର ବାଲାଟ ପେପର

୫ ଫୁଟର ବାଲାଟ ପେପର
Ipsita Picture
By: Ipsita
Published On

 

ରାଜସ୍ଥାନର ସୱାଇ ମାଧୋପୁର ଜିଲ୍ଲା ଅନ୍ତର୍ଗତ ସୁରୱାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ପାଇଁ ୪୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଯେଉଁଥିପାଇଁ ସେଠାରେ ୫ ଫୁଟ ଲମ୍ବର ଏକ ବାଲାଟ ପେପର ପ୍ରସ୍ତୁତ କରାଯାଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ପଞ୍ଚାୟତର ସରପଞ୍ଚ ପଦ ପାଇଁ ପ୍ରାରମ୍ଭରେ ମୋଟ ୫୫ ଜଣ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଯେଉଁଥିରୁ ଯାଞ୍ଚ ଓ ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଶେଷରେ ୪୩ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ରହିଛନ୍ତି । ଏତେ ସଂଖ୍ୟକ ପ୍ରାର୍ଥୀଙ୍କ ପାଇଁ ଉପଲବ୍ଧ ନିର୍ବାଚନୀ ଚିହ୍ନ କମ୍ ପଡ଼ିବାରୁ ରାଜ୍ୟ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ ବେଞ୍ଚ, ତକିଆ ଏବଂ ଡଙ୍ଗା ଭଳି ନୂତନ ଚିହ୍ନ ଆବଣ୍ଟନ କରାଯାଇଛି । ପ୍ରାୟ ୬,୫୬୬ ଜଣ ପଞ୍ଜୀକୃତ ଭୋଟର ଥିବା ଏହି ଗ୍ରାମ ପଞ୍ଚାୟତର ବାଲାଟ ପେପରରେ ସମସ୍ତ ୪୩ ଜଣ ପ୍ରାର୍ଥୀଙ୍କ ନାମ ସହିତ ଶେଷରେ 'ନୋଟା' ବିକଳ୍ପ ରହିଥିବାରୁ ମୋଟ ବିକଳ୍ପ ସଂଖ୍ୟା ୪୪ରେ ପହଞ୍ଚିଛି । ଯାହା ଫଳରେ ବାଲାଟ ପେପରଟି ସ୍ୱାଭାବିକଠାରୁ ବହୁତ ଲମ୍ବା ହୋଇଯାଇଛି ।

Tags: