ରିଲିଜ୍‌ ପୂର୍ବରୁ ୪୦୦ କୋଟିର ବ୍ୟବସାୟ

ଫିଲ୍ମ ଆଦିପୁରୁଷର କ୍ରେଜ ଧୀରେଧୀରେ ବଢିବାରେ ଲାଗିଛି । ଫିଲ୍ମକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମକୁ ନେଇ ଅନେକ ସମୟରେ କିଛି ନା କିଛି ଖବର ଚର୍ଚ୍ଚାରେ ରହିଥାଏ । ସେହିଭଳି ଏକ ଖବର ଅନୁସାରେ ଫିଲ୍ମଟି ରିଲିଜ ପୂର୍ବରୁ ପାଖାପାଖି ୪୦୦ କୋଟି ବ୍ୟବସାୟ କରିସାରିଛି । ୫୦୦ କୋଟିର ଏହି ଫିଲ୍ମର ସାଟେଲାଇଟ୍‌ ରାଇଟ୍ସ, ଡିଜିଟାଲ ରାଇଟ୍ସ ଏବଂ ବାକି ଅନ୍ୟ ରାଇଟ୍ସ ପାଇଁ ମେକର୍ସଙ୍କୁ ୨୪୭ କୋଟି […]

Samaya Live Picture
Published On

ଫିଲ୍ମ ଆଦିପୁରୁଷର କ୍ରେଜ ଧୀରେଧୀରେ ବଢିବାରେ ଲାଗିଛି । ଫିଲ୍ମକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । ଏହି ଫିଲ୍ମକୁ ନେଇ ଅନେକ ସମୟରେ କିଛି ନା କିଛି ଖବର ଚର୍ଚ୍ଚାରେ ରହିଥାଏ । ସେହିଭଳି ଏକ ଖବର ଅନୁସାରେ ଫିଲ୍ମଟି ରିଲିଜ ପୂର୍ବରୁ ପାଖାପାଖି ୪୦୦ କୋଟି ବ୍ୟବସାୟ କରିସାରିଛି । ୫୦୦ କୋଟିର ଏହି ଫିଲ୍ମର ସାଟେଲାଇଟ୍‌ ରାଇଟ୍ସ, ଡିଜିଟାଲ ରାଇଟ୍ସ ଏବଂ ବାକି ଅନ୍ୟ ରାଇଟ୍ସ ପାଇଁ ମେକର୍ସଙ୍କୁ ୨୪୭ କୋଟି ଟଙ୍କା ବ୍ୟବସାୟ କରିସାରିଛି ।

ସେହିଭଳି ଦକ୍ଷିଣ ଭାରତରେ ଡିଷ୍ଟ୍ରିବୁ୍ୟଟର୍ସଙ୍କ ପାଖରୁ ୧୮୫କୋଟିର ଗ୍ୟାରେଣ୍ଟି ମିଳିସାରିଛି । ତେଣୁ ଫିଲ୍ମଟି ରିଲିଜ ପୂର୍ବରୁ ପାଖାପାଖି ନିଜ ମେକିଂ ବଜେଟ୍‌ ୮୫ ପ୍ରତିଶତରୁ ଅଧିକ ଅର୍ଥ ବ୍ୟବସାୟ କରିସାରିଲାଣି । ଫିଲ୍ମକୁ ନେଇ ମାର୍କେଟ ବହୁତ ପଜିଟିଭ୍‌ ଥିବାରୁ ଏଭଳି ଆୟ ହୋଇଥିବା ନେଇ ସୂଚନା ମିଳିଛି । ଫିଲ୍ମରେ କ୍ରିତି ସନନ୍‌, ପ୍ରଭାସଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ରାମାୟଣ କାହାଣୀକୁ ନେଇ ନିର୍ମାଣ କରାଯାଇଥିବା ଏହି ଫିଲ୍ମକୁ ଦର୍ଶକ ବେଶ ଭଲ ପାଇବା ଦେବେ ବୋଲି ଏହାର ଟିମ୍‌ ଆଶା ରଖିଛନ୍ତି ।

Tags: