୩୯ କୋଟିର ଶାଢି

୩୯ କୋଟିର ଶାଢି
Ipsita Picture
By: Ipsita

 

ସମ୍ବନ୍ଧିତ ଖବର ଏଆଇ ନେଉଛି ଭଡାରେ ମଣିଷ

ମୁମ୍ବାଇର ଜଣେ ଡିଜାଇନର ରୋହିତ ପିସାଲ ନିଜର ଶାଢିକୁ ନେଇ ବର୍ତ୍ତମାନ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଏକ ଶାଢି ଡିଜାଇନ କରିଛନ୍ତି ଯାହାର ଦାମ ରହିଛି ୩୯ କୋଟି । ଏହି ଶାଢିଟି ସେ ମାତା ରମାବାଈ ଆମ୍ବେଦକରଙ୍କ ସ୍ମୃତିରେ ନିର୍ମାଣ କରିଛନ୍ତି । ତେବେ ଏହି ଶାଢିର ବିଶେଶ୍ବତ ହେଉଛି ଏହାକୁ ସୁନାରୁ ପ୍ରସ୍ତୁତ କରାଯାଇଛି । ଏହି ଶାଢି ପ୍ରସ୍ତୁତ କରିବାକୁ ଡିଜାଇନର ଜଣଙ୍କ ପାଖାପାଖି ୨ କେଜିର ସୁନା ବ୍ୟବହାର କରିଛନ୍ତି । ଶାଢି ଉପରେ ସୁନାର ଲେପ ଦେବାକୁ ଏକ ସ୍ବତନ୍ତ୍ରଧରଣର କେମିକାଲ ବ୍ୟବହାର କରାଯାଇଛି । ଶାଢିରେ ମାତା ରମାବାଈଙ୍କର ଛବି ମଧ୍ୟ ରହିଛି । ଛବିରେ ମଧ୍ୟ ସୁନାର ବ୍ୟବହାର କରାଯାଇଛି । ମଥାର ବିନ୍ଦି ସ୍ଥାନରେ ଏକ ସୁନାର ବିସ୍କୁଟ ରଖାଯାଇଛି । କେବଳ ଏତିକି ନୁହେଁ ଉକ୍ତ ବିନ୍ଦିରେ ୩୩ କୋଟିର ଏକ ହୀରା ମଧ୍ୟ ଜଡିତ କରାଯାଇଛି । ଏହାକୁ ପ୍ରସ୍ତୁତ କରିବା ପାଇଁ ଉକ୍ତ ଡିଜାଇନରଙ୍କୁ ପାଖାପାଖି ୩ମାସ ସମୟ ଲାଗିଛି । ଡିଜାଇନର ଜଣଙ୍କ ମାତା ରମାବାଈଙ୍କୁ ଶ୍ରଦ୍ଧାଞ୍ଜଳି ଦେବାପାଇଁ ଏହି ଶାଢିକୁ ନିର୍ମାଣ କରିଛନ୍ତି । ମାତା ରମାବାଈ ଗରିବ ପିଲାଙ୍କପାଇଁ ନିଜ ଗହଣା ବିକ୍ରି କରି ସାହାଯ୍ୟ କରୁଥିଲେ, ତେଣୁ ଡିଜାଇନର ଜଣଙ୍କ ସୁନାର ଶାଢି ନିର୍ମାଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ସମ୍ବନ୍ଧିତ ଖବର ପ୍ରଥମ ଲଗ୍ଜୁରୀ ହୋଟେଲ

Tags: