୩୦୦ରୁ କୋଟିପତି

ବ୍ରିଟେନ୍‌ର ମାଞ୍ଚେଷ୍ଟର୍‌ରେ ରହୁଥିବା ଜଣେ ମହିଳା ୩୦୦ ଟଙ୍କାରେ ଗୋଟିଏ ଫଟୋ କିଣି ପରବର୍ତ୍ତୀ ମୁହୂର୍ତ୍ତରେ ଏଥିପାଇଁ କୋଟିପତି ହୋଇଯାଇଛନ୍ତି । ୬ ବର୍ଷ ପୂର୍ବେ ସେ ଚୋର୍‌ ବଜାରରୁ ଏକ ପେଣ୍ଟିଙ୍ଗ୍‌ କିଣିଥିଲେ । ସେତେବେଳେ ଏହାର ମୂଲ୍ୟ ଥିଲା ମାତ୍ର ୪ ଡଲାର ବା ୩୦୦ ଟଙ୍କା । ପରେ ଏହାର ମରାମତି କରି ନିଲାମ ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ନିଲାମର ପ୍ରାରମ୍ଭିକ ମୂଲ୍ୟ ଶୁଣି ବର୍ତ୍ତମାନ ସେ ଖୁବ୍‌ ଚକିତ […]

Samaya Live Picture
Published On

ବ୍ରିଟେନ୍‌ର ମାଞ୍ଚେଷ୍ଟର୍‌ରେ ରହୁଥିବା ଜଣେ ମହିଳା ୩୦୦ ଟଙ୍କାରେ ଗୋଟିଏ ଫଟୋ କିଣି ପରବର୍ତ୍ତୀ ମୁହୂର୍ତ୍ତରେ ଏଥିପାଇଁ କୋଟିପତି ହୋଇଯାଇଛନ୍ତି । ୬ ବର୍ଷ ପୂର୍ବେ ସେ ଚୋର୍‌ ବଜାରରୁ ଏକ ପେଣ୍ଟିଙ୍ଗ୍‌ କିଣିଥିଲେ । ସେତେବେଳେ ଏହାର ମୂଲ୍ୟ ଥିଲା ମାତ୍ର ୪ ଡଲାର ବା ୩୦୦ ଟଙ୍କା । ପରେ ଏହାର ମରାମତି କରି ନିଲାମ ପାଇଁ ପ୍ରସ୍ତାବ ଦେଇଥିଲେ । ମାତ୍ର ନିଲାମର ପ୍ରାରମ୍ଭିକ ମୂଲ୍ୟ ଶୁଣି ବର୍ତ୍ତମାନ ସେ ଖୁବ୍‌ ଚକିତ ହୋଇଯାଇଛନ୍ତି । ଏହି ପେଣ୍ଟିଂର ନିଲାମ ପ୍ରକ୍ରିୟା ପ୍ରାୟ ୨ କୋଟି ଟଙ୍କାରୁ ଆରମ୍ଭ କରାଯିବ ବୋଲି ଜଣାପଡିଛି । ରିପୋର୍ଟ ମୁତାବକ, ଏହି କଳାକୃତିକୁ ଲୋକପ୍ରିୟ ଆର୍ଟିଷ୍ଟ ଗୁରୁ ନୁ୍ୟବେଲ୍‌ କନଭର୍ସ ବ୍ୟାଥ୍‌ ତିଆରି କରିଥିଲେ । ଆସନ୍ତା ସେପେଫମ୍ବର ୧୯ରେ ଏହାର ନିଲାମ କରାଯିବ ଏବଂ ଏହାର ଆନୁମାନିକ ନିଲାମୀ ହେଉଛି ୨.୫ ଲକ୍ଷ ଡଲାର ବା ପ୍ରାୟ ୨ କୋଟି ଟଙ୍କା । ବ୍ୟାଥ୍‌ ଏହି କଳାକୃତିକୁ ହେଲେନ୍‌ ହଣ୍ଟ୍‌ ଜ୍ୟାକ୍ସନ୍‌ଙ୍କ ୧୮୮୪ର ଉପନ୍ୟାସ ରମୋନାର ୧୯୩୯ ସଂସ୍କରଣ ପାଇଁ ପ୍ରସ୍ତୁତ କରିଥିଲେ ।

Tags: