ଲକ୍ଷପତି ୧୩ ବର୍ଷୀୟ ରୋଷେୟା

ଓମରୀ ମ୍ୟାକୱିନ ନାମକ ଜଣେ ୧୩ ବର୍ଷ ବୟସର ବାଳକ ସୋସିଆଲ ମିଡିଆ ଦୁନିଆରେ ହିଟ୍‌ ପାଲଟିଛି ଏବଂ ସେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ମାଲିକ । ଏପରିକି ଓମରୀ ଏଥିପାଇଁ ସ୍କୁଲ ଯିବା ଛାଡ଼ି ଦେଇଛନ୍ତି । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ବାସ୍ତବରେ ଓମରୀ ତାଙ୍କ ଅନନ୍ୟ ପ୍ରତିଭା ପାଇଁ ବିଶ୍ୱ ପରିଚିତ ହୋଇପାରିଛନ୍ତି । ଓମରୀ ଜଣେ ବିଗନ ରୋଷେୟା । ସେ ତାଙ୍କର କୁନି କୁନି ହାତରେ ଚମତ୍କାର […]

Samaya Live Picture
Published On

ଓମରୀ ମ୍ୟାକୱିନ ନାମକ ଜଣେ ୧୩ ବର୍ଷ ବୟସର ବାଳକ ସୋସିଆଲ ମିଡିଆ ଦୁନିଆରେ ହିଟ୍‌ ପାଲଟିଛି ଏବଂ ସେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ମାଲିକ । ଏପରିକି ଓମରୀ ଏଥିପାଇଁ ସ୍କୁଲ ଯିବା ଛାଡ଼ି ଦେଇଛନ୍ତି । ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ବାସ୍ତବରେ ଓମରୀ ତାଙ୍କ ଅନନ୍ୟ ପ୍ରତିଭା ପାଇଁ ବିଶ୍ୱ ପରିଚିତ ହୋଇପାରିଛନ୍ତି ।

 ଲକ୍ଷପତି ୧୩ ବର୍ଷୀୟ ରୋଷେୟା

ଓମରୀ ଜଣେ ବିଗନ ରୋଷେୟା । ସେ ତାଙ୍କର କୁନି କୁନି ହାତରେ ଚମତ୍କାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରୁଛନ୍ତି, ଯାହାର ଭିଡିଓ ୟୁଟୁ୍ୟବରେ ଅପଲୋଡ୍‌ କରୁଛନ୍ତି । ଏଥିପାଇଁ ଓମରୀଙ୍କର ଏକ ୟୁଟୁ୍ୟବ ଚ୍ୟାନେଲ ଅଛି, ଯାହାର ନାମ ଓମାରୀ ଗୋଡ୍‌ ୱାଇଲï । ଏହି ଚ୍ୟାନେଲ୍‌ ଜରିଆରେ ଓମାରୀ ଶାକାହାରୀ ଟି« ଏବଂ ବ୍ୟଞ୍ଜନ ସେୟାର କରନ୍ତି । ସୂଚନା ଅନୁଯାୟୀ, ୮ ବର୍ଷରୁ ହିଁ ଓମାରୀ ଲେଖାପଢାରୁ ଅଧିକ ଛୁରୀ, ଚାମଚରେ ଆଗ୍ରହ ଦେଖାଉଥିଲେ ।

 ଲକ୍ଷପତି ୧୩ ବର୍ଷୀୟ ରୋଷେୟା

କାରଣ ସେତେବେଳେ ତାଙ୍କ ମା’ ଅସୁସ୍ଥ ରହୁଥିଲେ । ତେଣୁ ନିଜେ ଖାଦ୍ୟ ତିଆରି କରିବା ଆରମ୍ଭ କରିଥିଲେ । ହେଲେ ଏହା ତାଙ୍କୁ ପାଠପଢାରୁ ଅଧିକ ଭଲ ଲାଗିଥିଲା ଏବଂ ରୋଷେଇ କରିବା ଏକ ସଉକରେ ପରିଣତ ହୋଇଗଲା । ଆଜି ସେ ଦୁନିଆର ଜଣାଶୁଣା ଶାକାହାରୀ ରୋଷେୟା ଏବଂ ୟୁଟୁ୍ୟବ ଚ୍ୟାନେଲରୁ ସେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ୟୁଟୁ୍ୟବରେ ତାଙ୍କର ୨୮ ହଜାରରୁ ଅଧିକ ଫଲୋଅର୍ସ ଅଛନ୍ତି । କେବଳ ସେତିକି ନୁହେଁ ମାତ୍ର ୧୩ ବର୍ଷର ଓମାରୀଙ୍କ ନିଜସ୍ୱ କମ୍ପାନୀ ଅଛି । ଏହି କମ୍ପାନୀ ଜରିଆରେ ସେ ଖାଦ୍ୟ ସମ୍ଭନ୍ଧୀୟ ସାମଗ୍ରୀ ବିକ୍ରି କରୁଛନ୍ତି ।

 ଲକ୍ଷପତି ୧୩ ବର୍ଷୀୟ ରୋଷେୟା

ଯେତେବେଳେ ଓମାରୀଙ୍କ ନିଜ ଚ୍ୟାନେଲ୍‌ ଏବଂ ବିଜନେସ୍‌ ବଢ଼ିବାରେ ଲାଗିଲା, ସେତେବେଳେ ସେ ସ୍କୁଲ ଯିବା ବନ୍ଦ କରିଦେଲେ । ସେ ତାଙ୍କ କ୍ୟାରିଅରକୁ ଶାକାହାରୀ ରୋଷେୟା ଭାବେ ସମର୍ପିତ କରିଦେଲେ । ଏବେ ସେ ଘରେ ରହି ପ୍ରାଇଭେଟ୍‌ ସ୍କୁଲିଂ ସାହାଯ୍ୟରେ ପଢୁଛନ୍ତି ।