୨୬ ଫୁଟ ଲମ୍ବର ସାର୍କ
ବୈଜ୍ଞାନିକଙ୍କୁ ଅନେକ ସମୟରେ ଏଭଳି ପଶୁ କିମ୍ବା ପୁରୁଣା ସାମଗ୍ରୀର ସନ୍ଧାନ ମିଳିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ସେହିଭଳି ଏକ ସାର୍କ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ସର୍ବପୂରାତନ ସାର୍କଭାବେ ପରିଗଣିତ କରାଯାଉଛି, ଯାହା ୧୧୫ ମିଲିଅନ ବର୍ଷପୂର୍ବେ ପୃଥିବୀରେ ବାସ କରୁଥିଲା । ବୈଜ୍ଞାନିକଙ୍କ ମତରେ ଏହି ସାର୍କଟି ପାଖାପାଖି ୨୬ ଫୁଟ ଲମ୍ବା ପର୍ଯ୍ୟନ୍ତ ବଢିପାରୁଥିଲା । ହେଲେ ବର୍ତ୍ତମାନର ଗ୍ରେଟ ହ୍ୱାଇଟ୍ ସାର୍କମାନେ ୨୦ ଫୁଟ ପର୍ଯ୍ୟନ୍ତ ବଢିପାରୁଛନ୍ତି । ସୂଚନା ଅନୁସାରେ ୪୦୦ ମିଲିଅନ ବର୍ଷରୁ ପୃଥିବୀରେ ସାର୍କ ରହୁଛନ୍ତି । ସେହିଭଳି ଜୀବାଶ୍ମ ରେକର୍ଡ ଅନୁସାରେ ୧୩୫ ମିଲିଅନ ବର୍ଷ ପୂର୍ବେ ଗ୍ରେଟ ହ୍ୱାଇଟ ସାର୍କ ଦେଖିବାକୁ ମିଳିଥିଲେ । ସେହି ସମୟରେ ଏହି ସାର୍କ ମାନେ ଆକାରରେ ଛୋଟ ଥିଲେ, ଧୀରେଧୀରେ ଏମାନଙ୍କର ଆକାର ବଢିବାରେ ଲାଗିଥିଲା । ତେଣୁ ସେତେବେଳେ ପୃଥିବୀରେ ୨୬ ଫୁଟର ସାର୍କ ରହୁଥିଲେ ବୋଲି ଏହି ଗବେଷଣାରେ ଜଣା ପଡିଛି ।
Tags:




