ପ୍ରକଟ ହେଲା ୨୪ଟି ଭୂତ ଜାହଜ

ଟୋକିଓ: ଜାପାନର ରାଜଧାନୀ ଟୋକିଓ ନିକଟ ପ୍ରଶାନ୍ତ ମହାସାଗରରେ ଆଗ୍ନେୟଗିରି ଉଦ୍‌ଗିରଣ ଇତିହାସର ଏକ ବଡ଼ ରହସ୍ୟକୁ ସାମ୍ନାକୁ ଆଣିଦେଇଛି । ସମୁଦ୍ରରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ୨୪ଟି ଜାହଜ ଉଦ୍‌ଗିରଣ ଦ୍ୱାରା ବାହାରକୁ ଆସିବା ପରେ ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । କୁହାଯାଉଛି ଯେ ବିଶ୍ୱଯୁଦ୍ଧ ସମୟରେ ଦୁନିଆର ସବୁଠୁ ଚର୍ଚ୍ଚିତ ଯୁଦ୍ଧ ସମୟରେ ଏହି ଜାହଜଗୁଡ଼ିକ ବୁଡ଼ିଯାଇଥିଲା । ଜାପାନ ଗଣମାଧ୍ୟମ ଅନୁଯାୟୀ, ଏହି ଜାହଜଗୁଡ଼ିକ ପ୍ରବାହିତ ହୋଇ ଇେୱା […]

Samaya Live Picture
Published On

ଟୋକିଓ: ଜାପାନର ରାଜଧାନୀ ଟୋକିଓ ନିକଟ ପ୍ରଶାନ୍ତ ମହାସାଗରରେ ଆଗ୍ନେୟଗିରି ଉଦ୍‌ଗିରଣ ଇତିହାସର ଏକ ବଡ଼ ରହସ୍ୟକୁ ସାମ୍ନାକୁ ଆଣିଦେଇଛି । ସମୁଦ୍ରରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ୨୪ଟି ଜାହଜ ଉଦ୍‌ଗିରଣ ଦ୍ୱାରା ବାହାରକୁ ଆସିବା ପରେ ସମଗ୍ର ବିଶ୍ୱରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ପ୍ରକଟ ହେଲା ୨୪ଟି ଭୂତ ଜାହଜ

କୁହାଯାଉଛି ଯେ ବିଶ୍ୱଯୁଦ୍ଧ ସମୟରେ ଦୁନିଆର ସବୁଠୁ ଚର୍ଚ୍ଚିତ ଯୁଦ୍ଧ ସମୟରେ ଏହି ଜାହଜଗୁଡ଼ିକ ବୁଡ଼ିଯାଇଥିଲା । ଜାପାନ ଗଣମାଧ୍ୟମ ଅନୁଯାୟୀ, ଏହି ଜାହଜଗୁଡ଼ିକ ପ୍ରବାହିତ ହୋଇ ଇେୱା ଜିମା ଦ୍ୱୀପର ପଶ୍ଚିମ ଉପକୂଳ ନିକଟରେ ପହଞ୍ଚିଛି । ଏସବୁ ଜାହଜ ହଠାତ୍‌ ପ୍ରକଟ ହୋଇଥିବାରୁ ସ୍ଥାନୀୟ ଲୋକ ଏଗୁଡିକୁ ଭୂତ ଜାହଜ ବୋଲି ସମ୍ବୋଧନ କରୁଛନ୍ତି ।

ପ୍ରକଟ ହେଲା ୨୪ଟି ଭୂତ ଜାହଜ

ସୂଚନା ଅନୁଯାୟୀ, ସମୁଦ୍ର ଜଳରାଶି ମଧ୍ୟରେ ଥିବା ଆଗ୍ନେୟଗିରି ଫୁକୁତୋକୁ-ଓକାନୋବାରେ ବିସ୍ପୋରଣ ହେବା ପରେ ଏହି ଜାହଜଗୁଡ଼ିକ ଜଳ ଉପରୁ ଆସି କୂଳରେ ପହଞ୍ଚିଛି । ଇେୱା ଜିମା ଦ୍ୱୀପ ଜାପାନର ରାଜଧାନୀ ଟୋକିଓଠାରୁ ପ୍ରାୟ ୧୨୦୦ କିଲୋମିଟର ଦୂରରେ ଅବସ୍ଥିତ । କୁହାଯାଉଛି ଯେ ୧୯୪୫ର ଇେୱା ଜିମା ଦ୍ୱୀପରେ ଯୁଦ୍ଧ ଚାଲିଥିବା ବେଳେ ଆମେରିକାର ସେନା ଏହି ଜାହଜଗୁଡ଼ିକୁ ଜାଣିଶୁଣି ବୁଡ଼ାଇ ଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଏହା ସବୁଠୁ ରକ୍ତାକ୍ତ ଯୁଦ୍ଧ ବୋଲି ବିବେଚନା କରାଯାଏ ।

ପ୍ରକଟ ହେଲା ୨୪ଟି ଭୂତ ଜାହଜ

ଏହି ଯୁଦ୍ଧ ୩୬ ଦିନ ଧରି ଚାଲିଥିଲା ଏବଂ ପ୍ରାୟ ୭୦ ହଜାର ଆମେରିକୀୟ ସୈନିକ ଏଥିରେ ଭାଗ ନେଇଥିଲେ । ଏହି ସମୟରେ ପ୍ରାୟ ୨୦ ହଜାର ଜାପାନୀ ସୈନିକ ଦ୍ୱୀପର ଆଗ୍ନେୟଗିରି ପଥର ତଳେ ର୍ନିମିତ ବଙ୍କରରେ ଲୁଚି ରହିଥିଲେ । ଏହି ଭୟଙ୍କର ଯୁଦ୍ଧରେ କେବଳ ୨୧୬ ଜାପାନୀ ସେନା ହିଁ ବଞ୍ଚିଥିଲେ । ଅନ୍ୟ ସମସ୍ତେ ଯୁଦ୍ଧରେ ମୃତୁ୍ୟବରଣ କରିଥିଲେ । ରିପୋର୍ଟ ଅନୁଯାୟୀ ଗତ ୨-୩ ମାସ ଧରି ଆଗ୍ନେୟଗିରି ଫୁକୁତୋକୁ-ଓକାନୋବାରେ ବିସ୍ପୋରଣ ହେବାରେ ଲାଗିଛି । ଏହି କାରଣରୁ ଏହି ଜାହଜଗୁଡ଼ିକ ଧୀରେ ଧୀରେ ଭାସି ଭାସି ଉପକୂଳରେ ଆସି ପହଞ୍ଚିଯାଇଛି । ଜାପାନର ଭୂକମ୍ଫ ପ୍ରବଣିିତ ଅଞ୍ଚଳରେ ଏହି ଇେୱା ଜିମା ଆଇଲଣ୍ଡ ରହିଛି । ତେଣୁ ଏହା ମଧ୍ୟ ଧୀରେ ଧୀରେ ଲୋପ ପାଇଯିବ ବୋଲି ଜାପାନୀ କୋଷ୍ଟଗାର୍ଡ କହିଛନ୍ତି ।