୨୧ ଲକ୍ଷର ଫୋଲଡେଡ଼ ହାଉସ୍‌

ସାଧାରଣତଃ ବିଭିନ୍ନ ପ୍ରକାର ଘର ବଜାରରେ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ଏକ ଘର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘରଟି କୌଣସି ପ୍ରପଟି ଡିଲର ନୁହେଁ ବରଂ ଆମାଜନରେ ବିକ୍ରି ହେଉଛି, ଯେଉଁ କାରଣରୁ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି । ଆମାଜନରେ ଏକ ଫୋଲଡିଂ ଘର ବିକ୍ରି ହେଉଛି ଯାହାକୁ ଆମେରିକାର ଜଣେ ୨୩ ବର୍ଷୀୟ ଟିକ୍‌ଟକର କିଣିଛନ୍ତି । ଘରଟି ଦେଖିବାକୁ ଖୁବ କ୍ରିଏଟିଭ ହେବା ସହିତ […]

Samaya Live Picture
Published On

ସାଧାରଣତଃ ବିଭିନ୍ନ ପ୍ରକାର ଘର ବଜାରରେ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ଏକ ଘର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଘରଟି କୌଣସି ପ୍ରପଟି ଡିଲର ନୁହେଁ ବରଂ ଆମାଜନରେ ବିକ୍ରି ହେଉଛି, ଯେଉଁ କାରଣରୁ ବର୍ତ୍ତମାନ ଏହା ଭାଇରାଲ ହେବାରେ ଲାଗିଛି । ଆମାଜନରେ ଏକ ଫୋଲଡିଂ ଘର ବିକ୍ରି ହେଉଛି ଯାହାକୁ ଆମେରିକାର ଜଣେ ୨୩ ବର୍ଷୀୟ ଟିକ୍‌ଟକର କିଣିଛନ୍ତି । ଘରଟି ଦେଖିବାକୁ ଖୁବ କ୍ରିଏଟିଭ ହେବା ସହିତ ଆରାମ ଦାୟକ ମଧ୍ୟ ହୋଇଛି । ଏହାକୁ କିଣିଥିବା ଯୁବକ ଜଣଙ୍କ ଏ ବିଷୟରେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଯୁବକଙ୍କର ଏହି ପୋଷ୍ଟଟି ବର୍ତ୍ତମାନ ଅଧିକ ମାତ୍ରାରେ ଲାଇକ୍‌ ସେୟାର ହେବାରେ ଲାଗିଛି । ଘରଟିର ଦର୍ଘ୍ୟ ୧୬.୫ ଫୁଟରେ ୨୦ ଫୁଟ ରହିଥିବାବେଳେ ଏହାର ଦାମ ୨୧ ଲକ୍ଷ ରହିଛି । ବର୍ତ୍ତମାନ ଅନେକ ଲୋକ ଏହି ଘରଟିକୁ କିଣୁଥିବାର ଦେଖିବାକୁ ମିଳୁଛି ।

Tags: