ଗୋଟିଏ ଟେବୁଲରେ ଭୋଜନ କଲେ ୨୦ ହଜାର ଲୋକ

ଗୋଟିଏ ଟେବୁଲରେ ଭୋଜନ କଲେ ୨୦ ହଜାର ଲୋକ
Ipsita Picture
By: Ipsita
Published On

 

ରୋମାନିଆର ରାଜଧାନୀ ବୁଖାରେଷ୍ଟଠାରେ 'ବ୍ଲୁମ୍ ଦି ୱାର୍ଲ୍ଡ' ସଂସ୍ଥା ଦ୍ୱାରା ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରାୟ ୨୦ ହଜାର ଲୋକ ଏକାଠି ୫ କିଲୋମିଟରରୁ ଅଧିକ ଲମ୍ବ ଟେବୁଲରେ ବସି ଭୋଜନ ଖାଇଛନ୍ତି । ଏହି କାର୍ଯ୍ୟକ୍ରମଟି ବର୍ତ୍ତମାନ ସେଠାରେ ଏକ ନୂଆ ଗିନିଜ୍ ୱାର୍ଲ୍ଡ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ୟୁନିରୀ ବୋଲେଭାର୍ଡରୁ କନଷ୍ଟିଚ୍ୟୁସନ୍ ସ୍କୋୟାର ପର୍ଯ୍ୟନ୍ତ ବିଛାଯାଇଥିବା ଏହି ୫,୦୫୫ ମିଟର ଲମ୍ବ ଟେବୁଲଟି ସମ୍ପୂର୍ଣ୍ଣ ରୂପେ ପୁନଃବ୍ୟବହୃତ ସାମଗ୍ରୀରେ ତିଆରି ହୋଇଥିଲା । ଯାହାକୁ ବିଶ୍ୱର ସବୁଠାରୁ ଲମ୍ବ ରିସାଇକେଲ୍ଡ ଟେବୁଲ୍ ଭାବେ ଗିନିଜ୍ ବୁକ୍ରେ ସ୍ଥାନ ମିଳିଛି । ଏହି ଅଭିନବ ପ୍ରୟାସ ମାଧ୍ୟମରେ ସଂଗୃହିତ ପାଣ୍ଠିକୁ ବୁଖାରେଷ୍ଟର ଓବ୍ରେଜିଆ ହସ୍ପିଟାଲଠାରେ ଶିଶୁମାନଙ୍କ ପାଇଁ ଏକ ମାନସିକ ସ୍ୱାସ୍ଥ୍ୟ କେନ୍ଦ୍ର ନିର୍ମାଣରେ ବିନିଯୋଗ କରାଯିବ । ପ୍ରାୟ ୩,୯୦୦ ବର୍ଗମିଟର ପରିମିତ ସ୍ଥାନରେ ୧୮୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ହସ୍ପିଟାଲ୍ରେ ପ୍ରତିବର୍ଷ ୫,୭୦୦ରୁ ଅଧିକ ଗୁରୁତର ମାନସିକ ସମସ୍ୟା ଦେଇ ଗତି କରୁଥିବା ଶିଶୁଙ୍କ ଚିକିତ୍ସା କରାଯାଇପାରିବ ।

Tags: