୨୫୦୦ ବର୍ଷ ପୁରୁଣା ଖପୁରୀ

୨୫୦୦ ବର୍ଷ ପୁରୁଣା ଖପୁରୀ
Ipsita Picture
By: Ipsita
Published On

 

ଏଲ୍ ସାଲଭାଡୋର୍ର ଆଣ୍ଟିଗୁଓ କୁସ୍କାଟଲାନ୍ ଅଞ୍ଚଳରେ ପ୍ରାୟ ୨୫୦୦ ବର୍ଷ ପୁରୁଣା ଏକ ପ୍ରାଚୀନ କବର ଆବିଷ୍କୃତ ହୋଇଛି, ଯାହା ମେସୋ ଆମେରିକା ଇତିହାସର ସବୁଠାରୁ ପୁରୁଣା ବୋଲି ଆକଳନ କରାଯାଉଛି । ୟେଲ୍ ୟୁନିଭରସିଟିର ଗବେଷକ କାର୍ଲୋସ୍ ଫ୍ଲୋରେସ୍ ମାନଜାନୋଙ୍କ ନେତୃତ୍ୱରେ ଚାଲିଥିବା ଏହି ଖନନ କାର୍ଯ୍ୟରୁ ଏକ ମାନବ ଖପୁରୀ, ସମୁଦ୍ର କାଚପଟା ଆକୃତିର 'ଉସୁଲୁତାନ୍' ମାଟିପାତ୍ର ଏବଂ ଆଗ୍ନେୟଗିରି ପାଉଁଶ ତଳେ ସୁରକ୍ଷିତ ଥିବା କନ୍ଦା ଜାତୀୟ ଗଛର ଡାଳ  ମିଳିଛି । ମୁହଁ ତଳକୁ କରି ପୋତାଯାଇଥିବା ଏହି ମୃତଦେହର ପ୍ରକୃତ ବୟସ ଜାଣିବା ପାଇଁ ରେଡିଓକାର୍ବନ୍ ଡେଟିଂ ଏବଂ ଲିଙ୍ଗ ନିରୂପଣ ପାଇଁ ଡିଏନ୍ଏ ପରୀକ୍ଷା କରାଯାଉଛି । ଗବେଷକଙ୍କ ଅନୁଯାୟୀ, ଏହି ପ୍ରାଚୀନ ସମାଧିଟି ୧୯୭୦ ଦଶକରେ ଏଲ୍ ସାଲଭାଡୋର୍ର ଚାଲ୍ଚୁଆପାଠାରେ ମିଳିଥିବା ୩୩ ଜଣଙ୍କ ସମାଧିପୀଠ ସହ ସମାନତା ରଖୁଛି । ଏହା ମାଧ୍ୟମରେ ଦୁଇ ହଜାର ବର୍ଷରୁ ଅଧିକ ପୁରୁଣା ମାନବ ସଭ୍ୟତା ଓ ସଂସ୍କୃତି ବିଷୟରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିପାରିବ।

Tags: