ବୟସ କମାଇବାକୁ ୧୮ କୋଟି ଖର୍ଚ୍ଚ

ବୟସ କମାଇବାକୁ ୧୮ କୋଟି ଖର୍ଚ୍ଚ
Ipsita Picture
By: Ipsita
Published On


ଆମେରିକୀୟ ଟେକ ଆରବପତି ବ୍ରାୟନ ଜନସନ୍‌ଙ୍କ ଦାବି ଅନୁସାରେ ସେ ନିଜର ବୟସକୁ ବଢିବାରୁ ରୋକିଦେଇଛନ୍ତି । ୪୮ ବର୍ଷୀୟ ବ୍ରାୟନଙ୍କ ମତରେ ତାଙ୍କ ଶରୀର ୧୮ ବର୍ଷୀୟ ଯୁବକଙ୍କ ଭଳି କାର୍ଯ୍ୟ କରୁଛି । ତାଙ୍କ ଲକ୍ଷ ୨୦୩୯ ପର୍ଯ୍ୟନ୍ତ ଜୀବନ୍ତ ରହିବାକୁ । ବ୍ରାୟନ ନିଜର ଖାଦ୍ୟଶୈଳୀ, ଶୋଇବାର ରୁଟିନ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ବର୍ଷକୁ ପାଖାପାଖି ୧୮ କୋଟିଟଙ୍କା ଖର୍ଚ୍ଚ କରୁଛନ୍ତି । ତାଙ୍କ ବୟସ ୪୮ ବର୍ଷ ହେଲେ ମଧ୍ୟ ତାଙ୍କର ଭିତରର ଅଙ୍ଗଙ୍କର ବୟସ ୧୮ ବର୍ଷ । ଏପରିକି ସୂଚନା ଅନୁସାରେ ସେ ନିଜ ଅଙ୍ଗମାନଙ୍କର କ୍ଲୋନ ଅଙ୍ଗ ଲାବରେ ପ୍ରସ୍ତୁତ କରୁଛନ୍ତି, ଯାହା ଉପରେ ସେ ବିଭିନ୍ନ ଔଷଧକୁ ପ୍ରଥମେ ଉପଯୋଗ କରିପାରିବେ । ଏହାପୂର୍ବରୁ ୨୦୨୩ରେ ସେ ନିଜର ୧୭ ବର୍ଷର ପୁଅର ରକ୍ତ ଓ ପ୍ଲାଜମା ନିଜ ରକ୍ତସହ ମିଶାଇଥିଲେ । ତାଙ୍କର ଏହି ପ୍ରକ୍ରିୟା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବଜୋରରେ ଭାଇରାଲ ହେବାରେ ଲାଗିଛି ।

Tags: