୧୮ କ୍ୟାରେଟ୍ ସୁନାର ଆୱାର୍ଡ

୧୮ କ୍ୟାରେଟ୍ ସୁନାର ଆୱାର୍ଡ
Ipsita Picture
By: Ipsita
Published On

 

୧୯୫୫ ମସିହାରେ ଫେଷ୍ଟିଭାଲ୍ କମିଟି 'ପାଲ୍ମେ ଡି'ଅର୍' ଆୱାର୍ଡ ଲଞ୍ଚ କରିଥିଲେ, ଯାହା ଏହି ସେରେମନିର ସର୍ବୋଚ୍ଚ ସମ୍ମାନ ୧୯୬୪ରେ ପାଲ୍ମେ ଡି'ଅର୍‌କୁ 'ଗ୍ରାଣ୍ଡ ପ୍ରିକ୍ସ' ଦ୍ୱାରା ବଦଳାଯାଇଥିଲା, କିନ୍ତୁ ୧୯୭୫ରୁ ପୁଣିଥରେ ପାଲ୍ମେ ଡି'ଅର୍ ଆୱାର୍ଡ ଦିଆଯିବା ଆରମ୍ଭ ହେଲା । ଏହାକୁ ସୁଇସ୍ ଜୁଏଲାରୀ ଫର୍ମ 'ଚୋପାର୍ଡ' ଦ୍ୱାରା ପ୍ରସ୍ତୁତ କରାଯାଇଛି । ଏହା ୧୮ କ୍ୟାରେଟ୍ ହଳଦିଆ ସୁନା ଏବଂ ଏମରାଲ୍ଡ କଟ୍ ଡାଇମଣ୍ଡରେ ତିଆରି ହୋଇଛି । ଏହି ଗୋଟିଏ ଆୱାର୍ଡର ମୂଲ୍ୟ ୨୭ ହଜାର ଡଲାର ଅର୍ଥାତ୍ ପ୍ରାୟ ୧୮ ଲକ୍ଷ ଟଙ୍କା ।

ଡିନରରେ ଖର୍ଚ୍ଚ ହୁଏ ୨.୮ କୋଟି ଟଙ୍କା

କାନ୍ସ ଫିଲ୍ମ ଫେଷ୍ଟିଭାଲ ସମୟରେ କାନ୍ସ ସହରର 'ହୋଟେଲ ବେରିୟର ଲେ ମ୍ୟାଜେଷ୍ଟିକ' ରେ ଅତିଥିମାନଙ୍କ ପାଇଁ ଓପନିଂ ଏବଂ କ୍ଲୋଜିଂ ଇଭେଣ୍ଟର ଖାଦ୍ୟ ଦାୟିତ୍ୱ ଗ୍ରହଣ କରିଥାଏ । କେବଳ ଅତିଥିମାନଙ୍କ ଡିନର ପାଇଁ ୩ ଲକ୍ଷ ୪୭ ହଜାର ଡଲାର ଅର୍ଥାତ୍ ୨.୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥାଏ ।

05073236-chopard-x-cannes-film-festival-cover_cover_1500x1125

 

୨୦୦୦ ଲବଷ୍ଟରରେ ପ୍ରସ୍ତୁତ ହୁଏ ସ୍ପେଶାଲ ଡିନର

ଏକ ରିପୋର୍ଟ ଅନୁସାରେ, ହୋଟେଲ ଡିନର ପାଇଁ ୭୭୦ ପାଉଣ୍ଡ ଅର୍ଥାତ୍ ୩୪୦ କିଲୋଗ୍ରାମ 'ଫୋଏ ଗ୍ରାସ୍' ନାମକ ଏକ ଡିସ୍ ପ୍ରସ୍ତୁତ କରିଥାଏ, ଯାହା ବତକର ଲିଭରରୁ ତିଆରି ହେଉଥିବା ଏକ ସ୍ପେଶାଲ ଫ୍ରେଞ୍ଚ୍ ଡିସ୍। ଏହା ବ୍ୟତୀତ ଏଠାରେ ୧୧୦ ପାଉଣ୍ଡ ଅର୍ଥାତ୍ ୪୯ କିଲୋ 'କେଭିୟର' ତିଆରି ହୁଏ, ଯାହା ଦୁନିଆର ସବୁଠାରୁ ମହଙ୍ଗା ଖାଦ୍ୟ ମଧ୍ୟରୁ ଅନ୍ୟତମ। ଏହି ଡିସ୍‌ରେ ପ୍ରାୟ ୧,୩୨,୦୦୦ ଡଲାର ଅର୍ଥାତ୍ ୧ କୋଟି ଟଙ୍କା ଖର୍ଚ୍ଚ ହୁଏ । ଏହି ଡିନର ପାଇଁ ପ୍ରତିବର୍ଷ ୨୦୦୦ କିଲୋ ଲବଷ୍ଟର ବ୍ୟବହାର କରାଯାଇଥାଏ, ଯେଉଁଥିରେ ୩୯ ଲକ୍ଷ ଟଙ୍କା ଲାଗିଥାଏ ।

ଖର୍ଚ୍ଚ ହୁଏ ୧୮୫୦୦ ବୋତଲ ୱାଇନ୍

ସେଲିବ୍ରିଟିମାନଙ୍କ ପାଇଁ ଆୟୋଜିତ ଡିନରରେ ୱାଇନ୍ ଏବଂ ଶ୍ୟାମ୍ପେନ୍ ମଧ୍ୟ ପରଷାଯାଏ । ସମ୍ପୂର୍ଣ୍ଣ କାନ୍ସ ଫେଷ୍ଟିଭାଲ୍ ସମୟରେ ପ୍ରାୟ ୧୮,୫୦୦ ବୋତଲ ୱାଇନ୍ ଏବଂ ଶ୍ୟାମ୍ପେନ୍ ବ୍ୟବହାର କରାଯାଉଥିବାର ସୂଚନା ରହିଛି । ୱେବସାଇଟ୍ 'ଦି ହଲିଉଡ୍ ରିପୋର୍ଟର' ଅନୁସାରେ, ସେରେମନିରେ ଅଧିକାଂଶ ସମୟରେ '୧୯୯୦ ଶ୍ୟାଟୋ ପେଟ୍ରସ' ୱାଇନ୍ ପରିଷାଯାଇଥାଏ । ଯାହାର ଗୋଟିଏ ବୋତଲର ମୂଲ୍ୟ ୯୩୯୦ ଡଲାର, ଏବଂ ଏହା ଦୁନିଆର ଷଷ୍ଠ ସବୁଠାରୁ ମହଙ୍ଗା ୱାଇନ୍ ।

Tags: