ଚକ୍ ଖାଇ ୧୫ ବର୍ଷ
ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହା ବିଶ୍ୱାସ ଯୋଗ୍ୟ ମଧ୍ୟ ହୋଇନଥାଏ । ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଥିବା ସୂଚନା ଅନୁସାରେ ଜଣେ ମହିଳା ପାଖାପାଖି ୧୫ ବର୍ଷ ଧରି ନିୟମିତ ଚକ୍ ଖଣ୍ଡ ଖାଉଛନ୍ତି । କେତେଜଣ ଲୋକ ବେଳେବେଳେ ଚକ୍ ଖାଇବାର ଦେଖିବାକୁ ମିଳିଥାଏ, ହେଲେ ଏହି ମହିଳା ଜଣଙ୍କ ନିୟମିତ ଚକ ଖାଇ ବଞ୍ଚିଛନ୍ତି । ମହିଳାଙ୍କୁ ନେଇ […]
ଅନେକ ସମୟରେ ଏଭଳି ଭିଡିଓ ଭାଇରାଲ ହୋଇଥାଏ ଯାହା ବିଶ୍ୱାସ ଯୋଗ୍ୟ ମଧ୍ୟ ହୋଇନଥାଏ । ସେହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଥିବା ସୂଚନା ଅନୁସାରେ ଜଣେ ମହିଳା ପାଖାପାଖି ୧୫ ବର୍ଷ ଧରି ନିୟମିତ ଚକ୍ ଖଣ୍ଡ ଖାଉଛନ୍ତି । କେତେଜଣ ଲୋକ ବେଳେବେଳେ ଚକ୍ ଖାଇବାର ଦେଖିବାକୁ ମିଳିଥାଏ, ହେଲେ ଏହି ମହିଳା ଜଣଙ୍କ ନିୟମିତ ଚକ ଖାଇ ବଞ୍ଚିଛନ୍ତି । ମହିଳାଙ୍କୁ ନେଇ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ କୌତୁହଳ ଦେଖିବାକୁ ମିଳିଛି । ତେବେ ମହିଳାଙ୍କ ଖାଦ୍ୟ ଛାଡିବା ପଛରେ ଏକ କାହାଣୀ ମଧ୍ୟ ରହିଛି । ମହିଳାଙ୍କୁ ନିଜ ଖାଦ୍ୟ ପ୍ଲେଟ୍ରେ ଖାଦ୍ୟ ଗୁଡିକ ପୋକ ଭଳି ଦେଖାଯାଇଥିଲା, ଯେଉଁ କାରଣରୁ ସେ ଖାଦ୍ୟ ଖାଇବା ବନ୍ଦ କରିଦେଇଥିବା ପ୍ରକାଶ କରିଛନ୍ତି । ତେବେ ଏହି କାରଣର କୌଣସି ପ୍ରମାଣ ନାହିଁ, କିନ୍ତୁ ମହିଳା ଏହି ଚକ୍ ଖାଇ ମଧ୍ୟ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ।




